ମହିଳା କର୍ମଚାରୀଙ୍କ ଋତୁସ୍ରାବ ଛୁଟିକୁ ନେଇ ସୁପ୍ରିମକୋର୍ଟର ବଡ଼ ନିଷ୍ପତ୍ତି

ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଛୁଟି ଆଦେଶ ଦେବା ସେମାନଙ୍କୁ କର୍ମକ୍ଷେତ୍ରରୁ ଦୂରେଇ ରଖିବା କିମ୍ବା ସେମାନଙ୍କ ନିଷ୍ପତ୍ତି ବିରୁଦ୍ଧରେ ଯାଇପାରେ। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏପରି ଟିପ୍ପଣୀ ରଖିଛନ୍ତି ସୁପ୍ରିମକୋର୍ଟ। ଏଥିସହ ଏହି ମାମଲା ଉପରେ କୋର୍ଟ ଦୃଷ୍ଟି ଦେବା ଉଚିତ୍ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ମାସିକ ଧର୍ମ ଛୁଟି ପାଇଁ ନୀତି ନିର୍ଦ୍ଧାରଣ କରିବାକୁ କେନ୍ଦ୍ର ତଥା ରାଜ୍ୟଗୁଡିକୁ ଏକ ନିର୍ଦ୍ଦେଶନାମା ଜାରି କରିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରା ଯାଇଥିଲା। ଆଜି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏହା ଉପରେ ଶୁଣାଣି କରିଛନ୍ତି।ଶୁଣାଣି ସମୟରେ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ଏହିପରି ଆବେଦନ ଉପରେ ଆଦେଶ ଦେବା ଦ୍ୱାରା ମହିଳାମାନେ କର୍ମକ୍ଷେତ୍ରରୁ ଦୂରେଇ ରହିବେ। ଆମେ ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ଯାହା କରିବୁ ତାହା ସେମାନଙ୍କ ପାଇଁ କ୍ଷତି ହେଉ, ତାହା ଆମେ ଚାହୁଁ ନାହୁଁ। ଏହା ପ୍ରକୃତରେ ଏକ ସରକାରୀ ନୀତି ଅଧୀନରେ ଯାଉଛି, କୋର୍ଟଙ୍କୁ ଏ ଉପରେ ଦୃଷ୍ଟି ଦେବା ଉଚିତ୍ ନୁହେଁ।

ଏହି ପ୍ରସଙ୍ଗ ଏକାଧିକ ନୀତିଗତ ଦିଗ ସହ ଜଡିତ ଏବଂ ଏଥିରେ କୋର୍ଟଙ୍କ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ। ଏହି ନିଷ୍ପତ୍ତି ରାଜ୍ୟ ସରକାର ମଧ୍ୟ କୌଣସି ପଦକ୍ଷେପ ନେବେ ନାହିଁ ବୋଲି ସୁପ୍ରମକୋର୍ଟ କହିଛନ୍ତି।

ଏହି ମାମଲା ଉପରେ ସମାଧାନ ପାଇଁ ସୁପ୍ରମକୋର୍ଟ ଆବେଦନକାରୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ଏବଂ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟିଙ୍କ ନିକଟକୁ ଯିବାକୁ ପରାମର୍ଶ ଦେଇଛନ୍ତି। ସେମାନଙ୍କୁ ନୀତି ସ୍ତରରେ ଏବଂ ମହିଳା କର୍ମଚାରୀମାନଙ୍କ ସହ ପରାମର୍ଶ କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବା ସହ ଯଦି ସମ୍ଭବ ହୁଏ ମୋଡେଲ ପଲିସି ଗ୍ରହଣ କରିବାକୁ ଆମେ ଅନୁରୋଧ କରୁଛୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *