ରାଉରକେଲାରେ ବଢୁଛି ଡେଙ୍ଗୁ ;୧୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ

ରାଉରକେଲା ବାସୀଙ୍କୁ ଡରାଇଲାଣି ଡେଙ୍ଗୁ । ସରକାରୀ ମେଡିକାଲର ତଥ୍ୟ ଅନୁଯାୟୀ ଜାନୁଆରୀରୁ ଏପର୍ଯ୍ୟନ୍ତ ମୋଟ ୧୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ପାଖାପାଖି ୭୭୧ ଜଣଙ୍କ ନମୁନା ସଂଗ୍ରହ ହୋଇଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କେବଳ ସରକାରୀ ଡାକ୍ତରଖାନା ନୁହେଁ ରାଉରକେଲା ର ଅନେକ ଘରୋଇ ମେଡିକାଲରେ ମଧ୍ୟ ଡେଙ୍ଗୁ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଇଥିବା ଜଣାପଡିଛ ।

 ଏହି ସମସ୍ତ ଡେଙ୍ଗୁ ଆକ୍ରାନ୍ତ ମାନେ ରାଉରକେଲାର ମାଲଗୋଦାମ, ବାଲୁଘାଟ, ଗୋପବନ୍ଧୁପଲ୍ଲୀ, ଛେଣ୍ଡ କଲୋନୀ ଓ ଇସ୍ପାତ ସହରାଞ୍ଚଳର। ଏହି ସ୍ଥାନରୁ ଡେଙ୍ଗୁ ଚିହ୍ନଟ ପଛରେ ସ୍ଥାନୀୟ ଅଂଚଳର ବିପର୍ୟ୍ୟସ୍ତ ପରିମଳ ବ୍ୟବସ୍ଥାକୁ ଦାୟୀ କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *