ଆଜି ହେଉଛି ବିଶ୍ୱ ଏଡସ ଦିବସ। ସମଗ୍ର ଦେଶରେ ପ୍ରତିବର୍ଷ ଡିସେମ୍ୱର ୧ ତାରିଖକୁ ବିଶ୍ୱ ଏଡସ ଦିବସ ଭାବେ ପାଳନ କରାଯାଏ। ତଥାପି ଏବେ ବି ଏହି ରୋଗକୁ ନେଇ ଲୋକଙ୍କ ମଧ୍ୟରେ ସଚତେନତାର ଅଭାବ ଦେଖାଦେଇଛି। ତେବେ ଚଳିତ ବର୍ଷର ଥିମ ରହିଛି ଠିକ ମାର୍ଗ ଅନୁସରଣ କର.. ମୋ ସ୍ୱାସ୍ଥ୍ୟ ମୋ ଅଧିକାରୀ। ଏହା ଏକ ଭୂତାଣୁ ଜନିତ ରୋଗ ହୋଇଥିବାରୁ ହି ରୋଗର ମୁଖ୍ୟ କାରଣ ହେଉଛି ଅସୁରକ୍ଷିତ ଯୌନ ସମ୍ପର୍କ। ଏହା ଅସୁରକ୍ଷିତ ଯୌନ ସମ୍ପର୍କ ଦ୍ୱାରା ବ୍ୟାପିଥାଏ। ତେବେ ଏହାକୁ ରୋକିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଟିକାର ବିକାଶ ହୋଇନାହିଁ। ଲୋକଙ୍କ ମନରେ ଆଜି ବି ଏହାକୁ ନେଇ ଭ୍ରମ ସୃଷ୍ଟି ହୋଇଛି । କିଛି ଲୋକ ଆଜି ମଧ୍ୟ ସଚେତନତାର ଅଭାବ ରହିବା ଯୋଗୁଁ ଏହା ଛୁଇଁବା ଦ୍ୱାରା ହୋଇଥାଏ ବୋଲି କହିଥାନ୍ତି। କେବଳ ସଚେତନ ହିଁ ଆମ ସମସ୍ତଙ୍କୁ ଏହି ରୋଗରୁ ରକ୍ଷା କରିପାରିବ। କେବଳ ସୁରକ୍ଷିତ ରହିବା ସହ ସଚେତନ ରହିଲେ ଆମ ସମସ୍ତେ ସୁରକ୍ଷିତ ହୋଇ ରହିପାରିବା। ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୬୩ ହଜାର ୪୩୭ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୨ ହଜାର ୬୩୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୭ ହଜାର ୫୦୭ ବଞ୍ଚିଛନ୍ତି। ଆଜି ପର୍ଯ୍ୟନ୍ତ ରାଜ୍ୟରେ ଗଞ୍ଜାମ ଓ କଟକ ଜିଲ୍ଲାରେ ଏଡ୍ସ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now