ବ୍ରହ୍ମପୁର , ଦିଗପହଣ୍ଡି ଉସ୍ତପଲ୍ଲୀ ଗ୍ରାମରେ ପୁଣି ଜଣେ ହଇଜା ରୋଗରେ ଆକ୍ରାନ୍ତ ହୋଇ ମୃତ ହୋଇଥିବା ଅଭିଯୋଗ ହୋଇଛି। ଦିଗପହଣ୍ଡି ବ୍ଲକ୍ ସହଦେବ ଟିକରପଡ଼ା ଗ୍ରାମ ପଞ୍ଚାୟତର ଉସ୍ତପଲ୍ଲୀ ଗ୍ରାମରେ ଦୁଇ ଦିନ ଧରି ଝାଡ଼ା ବାନ୍ତିରେ ଲାଗି ରହିଥିଲା ବେଳେ ଆଜି ପୁଣି ଜଣେ ବ୍ୟକ୍ତିଙ୍କ ମୃତ ହୋଇଥିବା ବେଳେ ୧୦ଜଣ ଆକ୍ରାନ୍ତ ହୋଇ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ଜଣଙ୍କ ହେଉଛନ୍ତି ଉସ୍ତପଲ୍ଲୀ ଗ୍ରାମର ପ୍ରକାଶ ରଉତ ବୋଲି ଜଣାପଡିଛି । ଆକ୍ରାନ୍ତ ୧୦ ଜଣ ଅସୁସ୍ଥ ଦିଗପହଣ୍ଡି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେଥିରୁ ୧୦ ଜଣ ଗୁରୁତର ହେତୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି। ଦିଗପହଣ୍ଡି ଅଞ୍ଚଳରେ ମୋଟ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଉର୍ଦ୍ଧ ଆକ୍ରାନ୍ତ ହୋଇଥିବେ ସୂଚନା ମିଳିଛି।, ରେ ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ବିଧାୟକ ଉସ୍ତପଲ୍ଲୀ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now