ଗୁଜୁରାଟରେ ବନ୍ୟା ବିଭୀଷିକା । ରାସ୍ତାରେ ପାଣି, ଘର ଭିତରେ ଛାତି ଉଚ୍ଚାର ପାଣି । ଜଲବନ୍ଧୀ ଶହ ଶହ ଲୋକ । ଲୋକମାନେ ଭୋକ ଉପାସରେ ଅନ୍ଧାର ଭିତରେ ଫଶି ରହିଥିବା ବେଳେ ଲୋକ ସାହାର୍ଯ୍ୟ ଅପେକ୍ଷାରେ ଦିନ ପରେ ଦିନ କାଟୁଛନ୍ତି । ଲଘାଣ ବର୍ଷା ଫଳରେ ସ୍ଥିତି ଏମିତି ହେବ କେହି କେବେ ବିଶ୍ବାସ କରିନଥିଲେ । ପ୍ରକୃତି ଆଗରେ ସମସ୍ତେ ସମାନ । ବର୍ଷା ଜଳରେ ଭାସୁଛି ଗୁଜୁରାଟ । ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ କିଛି ସ୍ଥାନରେ ବର୍ଷା କମିଛି । ବର୍ଷା ଛାଡିଛି କିନ୍ତୁ ଦୁର୍ଦ୍ଦଶା ବଢିଛି । କେତେକ ସ୍ଥାନରେ ପାଣି ଆଉ ପାଣି । ଘର ଠାରୁ ଆରମ୍ଭ କରି ମନ୍ଦିର ମସଜିଦ ସବୁ କିଛି ପାଣିରେ ବୁଡି ରହିଛି । ଲଗାତାର ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲା ଜଳମଗ୍ନ ରହିଛି । ଅମ୍ଭିକା ଓ କାବେରୀ ନଦୀରେ ଏବେ ଜଳସ୍ତର ବଢିଛି ।
ଆସନ୍ତା ୫ ଦିନ ଯାଏଁ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୁର୍ବନୁମାନ କରିଛି । ଲୋକ ସୁରକ୍ଷିତ ରହିବା ଲାଗି ଘର ଛାତ ଉପରେ ଲୋକ ମାନେ ସାହାରା ନେଇଛନ୍ତି । ସେପଟେ ମହାରାଷ୍ଟ୍ରର ଅନେକ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଛି । ମୁମ୍ଭାଇ ପାଇଁ ଆଲର୍ଟ ଜାରି କରାଯାଇଛି । କିଛି ସ୍ଥାନରେ ଭୁସ୍କଳନ ହେବା ଯୋହୁଁ ଦିନକରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ଭାଇ ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ଯୋଗୁଁ ଆଖପାଖ ସ୍ଥାନକୁ ଖାଲି କରାଯାଇଛି । ସେପଟେ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବିଙ୍କୁ ବାରଣ କରାଯାଇଛି । ନାଶିକର ଦୃଶ୍ୟ ଦେଖିଲେ କେହି ନାଶିକ ବୁଲିବା ପାଇଁ ମନ କରିବେ ନାହିଁ । ଜାଣିବା କଷ୍ଟ ହେବ ନାଶିକ ର ଏହା ରାସ୍ତା ନା କେଉଁ ନଦୀ । ଦୋକାନ ବଜାର ଗାଇ ଗୋରୁ ସବୁ କିଛି ପାଣିରେ ଭାସୁଛି ।
- ସ୍ମରିଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now