ଜାତୀୟ ରାଜପଥ ରାସ୍ତା ଜମି ଅଧିଗ୍ରହଣ ନେଇ ଉତ୍ତେଜନା । ଟିଟିଲାଗଡ଼ ସହର ଦେଇ ଯାଇଥିବା ଜାତୀୟ ରାଜପଥ 59 ର ବାଇପାସ ରାସ୍ତା ନିର୍ମାଣ ନେଇ ଗ୍ରାମାଞ୍ଚଳର ଚାଷୀଙ୍କ ଜମି ଅଧିଗ୍ରହଣ ନେଇ ପ୍ରବଳ ଉତ୍ତେଜନା ଲାଗି ରହିଛି l ଚାଷୀଙ୍କ ଭାତ ହାଣ୍ଡି ଉର୍ବର ଚାଷ ଜମିକୁ ଶାଗ ମାଛ ଦରରେ ନେଇ ଆମକୁ ସର୍ବହରା କରାଯାଉଛି ବୋଲି ଚାଷୀ ଅଭିଯୋଗ କରି ଆସୁଛନ୍ତି l ପୁର୍ବରୁ ପୋଲିସ ଲଗାଇ ଜମି ଅଧିଗ୍ରହଣ ପାଇଁ ଜାତୀୟ ରାଜପଥ ବିଭାଗ ଉଦ୍ୟମ ଫସର ପାଲଟିଥିଲା l ଆଜି ପୁଣି 4 ପ୍ଲାଟୁନ ପୋଲିସ ସହ ଭାରପ୍ରାପ୍ତ ମାଜିଷ୍ଟ୍ରେଟ ସନ୍ଦୀପ ଚନ୍ଦ୍ରକାର, ଟିଟିଲାଗଡ଼ ଏସଡ଼ିପିଓ ଯଶୋବନ୍ତ ପ୍ରଧାନୀ ତଥା ଜାତୀୟ ବିଭାଗ ଯନ୍ତ୍ରୀ, ଠିକାଦାର ବଳପୂର୍ବକ ରାସ୍ତା ନିର୍ମାଣ ପାଇଁ ଉଦ୍ୟମ କରିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି l ଚାଷୀ ପରିବାରର ମହିଲା, ଶିଶୁ ରାସ୍ତା ନିର୍ମାଣରେ ନିୟୋଜିତ ଜେସିବି ମେସିନ ସମ୍ମୁଖରେ ଶୋଇ ପଡ଼ିଥିଲେ l ଏନେଇ କାମ ବନ୍ଦ କରିବାକୁ କ୍ଷତିଗ୍ରସ୍ଥ ଚାଷୀ ପରିବାର ପ୍ରବଳ ବିରୋଧ କରୁଛନ୍ତି l ଏନ ଏଚ ବିଭାଗ ପୋଲିସବଳ ତଥା ଠିକାଦାର କୁ ନେଇ କାମ ଆରମ୍ଭ କରିବାକୁ ଚାପ ପ୍ରୟୋଗ କରୁଛନ୍ତି l ଯାହାକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି l ଡିସମିଳ ପିଛା 620 ଟଙ୍କା ରୁ 3000 ଟଙ୍କା ରଖାଯାଇଥିବା ନେଇ ଚାଷୀ ପରିବାର ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି… ଜମି ବଦଳରେ ଜମି ନଚେତ ଉପଯୁକ୍ତ କ୍ଷତି ପୂରଣ ଦାବୀ କରିଛନ୍ତି lବ୍ରହ୍ମପୁର ରୁ ରାୟପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ବାଇପାସ ରାସ୍ତା ନିର୍ମାଣ କୁ ନେଇ ଲାଗି ରହିଛି ଉତ୍ତେଜନା.

Naxatra News is now on Whatsapp
Join and get latest news update delivered to you via whatsapp
Join Now