ସାଇବର ଥାନାର ଦ୍ବାରସ୍ଥ ହେଲେ ଅଭିନେତା ମନୋଜ ମିଶ୍ର ଓ ପତ୍ନୀ ମମତା ନନ୍ଦ । ଦ୍ବିତୀୟ ବିବାହ ପରେ ମନୋଜଙ୍କ ନାମରେ କିଛି ସୋସିଆଲ ମିଡିଆରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମାଲୋଚନା କରୁଛନ୍ତି । ଏହାର ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ଅଭିନେତା । ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ତାଙ୍କୁ ବହୁ ପ୍ରକାର ଟ୍ରୋଲ କରାଯାଉଛି। ସବୁ ସୋସିଆଲ ମିଡିଆରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ହେଉଥିବା ପ୍ରସାରଣକୁ ବନ୍ଦ କରିବାକୁ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।
ମନୋଜ ମିଶ୍ର ଏବଂ ମମତାଙ୍କ ବିଷୟରେ ବହୁ କଥାକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରାଯାଉଥିବା ଦେଖିବାକୁ ମିଳିଛି । ତେଣୁ ତାଙ୍କ ବ୍ୟକ୍ତିଗତ ଜୀବନ ପ୍ରଭାବିତ ହେଉଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now