ପହଲଗାମ ଆତଙ୍କୀ ଆକ୍ରମଣରେ ଆଉ ଜଣେ ଓଡ଼ିଆ ପୁଅ ମୃତ

ଜାମ୍ମୁ-କଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ଆକ୍ରମଣରେ ଜଣେ ନୁହେଁ, ଦୁଇ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଛି । ବାଲେଶ୍ବରର ପ୍ରଶାନ୍ତ ଶତପଥୀଙ୍କ ସହ ବଲାଙ୍ଗୀର ଜିଲ୍ଲା ଖପରାଖୋଲ ବ୍ଲକ୍‌ ଲାଠୋର ର ଦୀନେଶ ଅଗ୍ରୱାଲ ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।ଏହି ଘଟଣା ପ୍ରଚାରିତ ହେବା ପରେ ଲାଠୋର ବାସୀ ସ୍ତମ୍ଭୀଭୂତ ହୋଇ ଯାଇଛନ୍ତି ! ମୃତ ଦୀନେଶଙ୍କ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ , ସ୍ବର୍ଗତ ପ୍ରୟାଗଚନ୍ଦ ଅଗ୍ରୱାଲ ଙ୍କ ସାନପୁଅ ଦୀନେଶ ଲାଠୋର ଶ୍ରୀଦୁର୍ଗେଶ୍ୱରୀ ହାଇସ୍କୁଲରେ ଦଶମ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ପରେ ସେ ବାପାଙ୍କ ବ୍ୟବସାୟ ସମ୍ଭାଳି ଥିଲେ । ପ୍ରାୟ ୧୦ ବର୍ଷ ହେବ ଦୀନେଶ ଛତିଶଗଡ଼ ରାଜଧାନୀ ରାୟପୁରରେ ସପରିବାର ରହି ସେଠାରେ ଷ୍ଟିଲ୍‌ ବ୍ୟବସାୟ କରୁଥିଲେ । ସୂଚନାଯୋଗ୍ୟ,ପହଲଗାମ୍‌ରେ ସଂଘଟିତ ଏହି ଭୟାବହ ଆତଙ୍କବାଦୀ ଆକ୍ରମଣରେ ଦୀନେଶ ଅଗ୍ରୱାଲଙ୍କ ମୃତ୍ୟୁ ହୋଇଛି ବୋଲି ଆମ ପାଟଣାଗଡ଼ ପ୍ରତିନିଧି ଅଜିତ ପୁରୋହିତ ଙ୍କୁ ଫୋନ ଯୋଗେ ଜଣାଇଛନ୍ତି ଦୀନେଶ ଙ୍କ ସମ୍ପର୍କିୟ ଭାଇ ପିଣ୍ଟୁ ଅଗ୍ରୱାଲ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *