ଚଳିତ ବର୍ଷ ନୌସେନା ଦିବସ ପାଳନ ଉପଲକ୍ଷେ ଆସନ୍ତା ଡିସେମ୍ବର ୪ ତାରିଖରୁ ପୁରୀର ବ୍ଲୁ-ଫ୍ଲାଗ୍ ବେଳାଭୂମିରେ ଭାରତୀୟ ନୌସେନାର ସମରାଭ୍ୟାସ କରାଯିବ । ଏଥିରେ ନୌସେନା ତାର ଅଜେୟ ସାମୁଦ୍ରିକ କ୍ଷମତା ଓ ଶକ୍ତି ପ୍ରଦର୍ଶନ କରିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ଏହି କାର୍ଯ୍ୟକ୍ରମ ନୌସେନାର ବହୁମୁଖୀ କ୍ଷମତାକୁ ପ୍ରଦର୍ଶିତ କରିବ । ଜନସାଧାରଣଙ୍କ ମଧ୍ୟରେ ସମୁଦ୍ରକୁ ନେଇ ସଚେତନତା ବୃଦ୍ଧି କରାଯିବ ।
ଭାରତୀୟ ନୌସେନା ଏହି ଆୟୋଜନକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ଓଡ଼ିଶା ସରକାର ଓ ସ୍ଥାନୀୟ ଅଧିକାରୀଙ୍କ ସହ ମିଶି କାମ କରୁଛି । ସ୍ଥାନୀୟ ଦର୍ଶକ ଓ ପର୍ଯ୍ୟଟକ ଯେପରି ବସି କରି ଏହାକୁ ଦେଖିପାରିବେ ତାର ବ୍ୟବସ୍ଥା କରାଯିବ । ଏହାର ଜାତୀୟ ଟେଲିଭିଜନ ଚ୍ୟାନେଲ୍ରେ ସିଧା ପ୍ରସାରଣ ମଧ୍ୟ କରାଯିବ । ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ଏହାକୁ ପହଞ୍ଚାଇବା ଲାଗି ଏହାକୁ ଭାରତୀୟ ନୌସେନାର ୟୁଟ୍ୟୁବ ଚ୍ୟାନେଲରେ ସିଧାପ୍ରସାରଣ କରାଯିବ ବୋଲି ଜଣାପଡିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now