ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକ

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକ । ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢଉ । କ୍ରିଷ୍ଣାଙ୍କର ୨ଟି ବହୁତଳ କୋଠା ରହିଥିବା ବେଳେ ୮ଟି ବହୁମୂଲ୍ୟ ଜାଗା, ୨ଟି ବେନାମୀ ୪ଚକିଆ ଗାଡ଼ି ଠାବ ହୋଇଛି । କଟକ ଜିଲ୍ଲାର ଜଗତପୁର ଠାରେ ୪ହଜାର ୬୫୫ ବର୍ଗଫୁଟର ଏକ ତିନି ମହଲା କୋଠା ରହିଛି ।ପୁରୀ କୁମ୍ଭାରପଡ଼ା ଠାରେ ୧୪ଶହ ବର୍ଗଫୁଟର ଏକ କୋଠା ରହିଛି । କଟକରେ ୪ଟି, ପୁରୀ ଓ ଜଗତସିଂହପୁରରେ ୨ଟି ଲେଖାଏଁ ବହୁମୂଲ୍ୟ ଜାଗା ରହିଛି । ଏହା ସହ ୨ଟି ବେନାମୀ ଗାଡ଼ି ମଧ୍ୟ ତାଙ୍କ ଠାରୁ ଠାବ ହୋଇଛି । ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ସଞ୍ଜୟ ଅର୍ଥର ଛାନବିନ କରାଯାଉଛି । ଗତକାଲି ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକଙ୍କ ଠାରୁ ୩ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା । ଏନେଇ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *