ପୁରୁଷଙ୍କ ତୁଳନାରେ ମହିଳାଙ୍କ ଜୀବନ ଜଟିଳ। ମୁଖ୍ୟତଃ ମହିଳାଙ୍କ ମାସିକ କ୍ରିୟା ବା ପରିୟଡ ଉପରେ ଜୀବନଶୈଳୀ ନିର୍ଭର କରିଥାଏ। କିନ୍ତୁ ଆଜିକାଲି ଅଧିକାଂଶ ମହିଳାଙ୍କଠାରେ ଅନିୟମିତ ପିରିୟଡର ଅଭିଯୋଗ ରହିଛି। ପରିୟଡ ସାଇକେଲ ବା ଦୁଇ ପିରିୟଡ ମଧ୍ୟରେ ବ୍ୟବଧାନରେ ଅନିୟମିତତାକୁ ଅନିୟମିତ ପିରିୟଡ କୁହାଯାଇଥାଏ। ସାଧାରଣତଃ ଦୁଇ ପିରିୟଡ ମଧ୍ୟରେ ୨୮ ଦିନର ବ୍ୟବଧାନକୁ ଆଭରେଜ ପିରିୟଡ ସାଇକେଲ କୁହାଯାଇଥାଏ। କିନ୍ତୁ ଅନେକଙ୍କର ଏହି ସମୟଠାରୁ କମ ବା ଅଧିକ ଦିନର ବ୍ୟବଧାନ ଦେଖିବାକୁ ମିଳେ।
ସାଧାରଣତଃ ୨୧ ଦିନରୁ କମ ବା ୩୫ ଦିନରୁ ଅଧିକ ବ୍ୟବଧାନରେ ପିରିୟଡ ହେବାକୁ ଅନିୟମିତ କୁହାଯିବ। ଯେଉଁ ମହିଳାଙ୍କ ମାସିକ କ୍ରିୟା ମଧ୍ୟରେ ଅଧିକ ବ୍ୟବଧାନ ରହିଥାଏ, ସେମାନଙ୍କ ଅଣ୍ଡଧାରଣ କରିବାରେ ସମସ୍ୟା ଦେଖାଦେଇଥାଏ। ଏହାକୁ ଏନୋବୁଲେଟରୀ ସାଇକେଲ ଭାବେ ଜଣାଯାଇଥାଏ। ଏହା ଦ୍ବାରା ଗର୍ଭଧାରଣରେ ମଧ୍ୟ ଜଟିଳତା ଦେଖା ଦେଇଥାଏ।
ଏସମ୍ପର୍କରେ ସ୍ତ୍ରୀରୋଗ ବିଶେଷଜ୍ଞ କୁହନ୍ତି, ଅନିୟମିତ ପିରିୟଡ ଭୋଗୁଥିବା ମହିଳାଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ। ଯଦି କୌଣସି ମହିଳାଙ୍କଠାରେ ଅନିୟମିତ ପରିୟଡ ସମସ୍ୟା ଥାଏ ତେବେ ଅଣ୍ଡନିଷ୍କାସନ, ପ୍ରଜନନ ଶକ୍ତି ତଥା କେଉଁ ସମୟରେ ସମ୍ଭୋଗ କରିବା ଦରକାର ତାହା ଜାଣିବା କଷ୍ଟକର ହୋଇଥାଏ। କାରଣ ଅଣ୍ଡା ନିଷ୍କ୍ରିୟତା ଉପରେ ଗର୍ଭଧାରଣ ନିର୍ଭର କରିଥାଏ ଓ ଓଭାରିରୁ ଅଣ୍ଡା ନିସ୍କ୍ରିୟ ହେବା ସମୟରେ ଯୌନ କ୍ରିୟା ଦ୍ବାରା ସନ୍ତାନ ଧାରଣ ସମ୍ଭବ ହୋଇଥାଏ।
କିନ୍ତୁ ଅନିୟମିତତା କାରଣରୁ ମହିଳାଙ୍କ ଋତୁସ୍ରାବ, ସମୟ ପୂର୍ବରୁ ଗର୍ଭଧାରଣ, ହର୍ମୋନ କ୍ଷରଣରେ ବ୍ୟତିକ୍ରମ, ଓଜନ ବଢିବା ବା କମିବା,, ଚାପ ଓ ଥାଇରଏଡ ଆଦି ସମସ୍ୟାର ସମ୍ମୁଖୀନ ହେବାକୁ ହୋଇଥାଏ।
Naxatra News is now on Whatsapp
Join and get latest news update delivered to you via whatsapp
Join Now