ତାଜିନ୍ଦର ବାଗାଙ୍କ ବିରୋଧରେ ହୋଇଥିବା ଏଫଆଇଆରକୁ ଚଣ୍ଡିଗଡ ହାଇକୋର୍ଟଙ୍କ ଖାରଜ

ଚଣ୍ଡିଗଡ: ବିଜେପି ନେତା ତାଜିନ୍ଦର ବାଗାଙ୍କ ବିରୋଧରେ ଦାୟର ଏଫଆଇଆରକୁ ଚଣ୍ଡିଗଡ ହାଇକୋର୍ଟ ରଦ୍ଦ କରିଛନ୍ତି। ପଞ୍ଜାବ ପୁଲିସ ପକ୍ଷରୁ ତାଜିନ୍ଦରଙ୍କ ବିରୋଧରେ ଏହି ଏଫଆଇଆର ଦାୟର ହୋଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତାଜିନ୍ଦରଙ୍କ ଟ୍ବିଟକୁ ନେଇ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଚଣ୍ଡିଗଡ ହାଇକୋର୍ଟ ପୁଲିସର ମସୁଧା ଉପରେ ପାଣି ଢାଳି ଦେଇଛନ୍ତି।

କାଶ୍ମୀର ଫାଇଲ ଫିଲ୍ମ ଉପରେ କେଜରିୱାଲଙ୍କ ସମାଲୋଚନାକୁ ନେଇ ବିଜେପି ଯୁବ ଶାଖାର ସଚିବ ତାଜିନ୍ଦର କେଜରିୱାଲଙ୍କୁ ସମାଲୋଚନା କରି ଟ୍ବିଟ କରିଥିଲେ।

ସେହିପରି ଚଣ୍ଡିଗଡ ହାଇକୋର୍ଟ ଆପର ପୂର୍ବତନ ନେତା ତଥା କବି କୁମାର ବିଶ୍ବାସଙ୍କ ବିରୋଧରେ ହୋଇଥିବା ଏଫଆଇଆରକୁ ମଧ୍ୟ ରଦ୍ଦ କରି ଦେଇଛନ୍ତି। ବିଶ୍ବାସଙ୍କୁ କେଜରିୱାଲଙ୍କ ବିରୋଧରେ ବୟାନ ଦେବାକୁ ନେଇ ପୁଲିସ ଗିରଫ କରିଥିଲା।

ହାଇକୋର୍ଟଙ୍କ ରାୟ ପରେ ଟ୍ବିଟ କରି ତାଜିନ୍ଦର ସତ୍ୟମେବ ଜୟତେ କହିଛନ୍ତି। ସେ ଆହୁରି କହିଛନ୍ତି, କୋର୍ଟଙ୍କ ରାୟ ଅରବିନ୍ଦ କେଜରିୱାଲଙ୍କ ଗାଲରେ ଏକ ବଡ ଚାପୁଡା। ପଞ୍ଜାବ ହାଇକୋର୍ଟ ମୋ ବିରୋଧ ଓ ବିଶ୍ବାସଙ୍କ ବିରୋଧରେ ହୋଇଥିବା ମାମଲାକୁ ଖାରଜ କରିଦେଇଛନ୍ତି ।

ଅନ୍ୟ ଏକ ଟ୍ବିଟରେ ତାଜିନ୍ଦର ଲେଖିଛନ୍ତି, ଆଜି କୋର୍ଟରେ କେଜରିୱାଲ ହାରିଛନ୍ତି ଓ ଆଗକୁ ଦିଲ୍ଲୀ ହରାଇବେ। ତେଣୁ  ଅରବିନ୍ଦ ଜୀ ନିଜ ସରକାରର ଓଲଟା ଗଣତି ଆରମ୍ଭ କରି ଦିଅନ୍ତୁ ବୋଲି ସେ ଟ୍ବିଟ କରିଛନ୍ତି।

ସେପଟେ ବିଶ୍ବାସ ମଧ୍ୟ ଟ୍ବିଟ କରି ପଞ୍ଜାବରେ ସରକାର ଗଠନ ପରେ ସରକାର ତାଙ୍କ ବିରୋଧରେ ଯେଉଁ ମାମଲା କରିଥିଲା ଆଜି ତାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏଥିପାଇଁ ସେ କୋର୍ଟ ଓ ତାଙ୍କ ଫ୍ୟାନମାନଙ୍କୁ ନିକଟରେ କୃତଜ୍ଞତା ଜଣାଇଛନ୍ତି। ଏଥିସହ ସେ ଭଗବନ୍ତ ମାନଙ୍କୁ ପଞ୍ଜାବର ସ୍ବାଭିମାନ ବଞ୍ଚାଇବାକୁ ପରାମର୍ଶ ଦେଇଛନ୍ତି।

ଚଳିତ ବର୍ଷ ଏପ୍ରିଲ ମାସରେ ତାଜିନ୍ଦରଙ୍କୁ ପଞ୍ଜାବ ପୁଲିସ ତାଙ୍କ ଘରୁ ଉଠାଇଆଣିଥିଲା ଦିଲ୍ଲୀ। ସେଠାରେ ତାଙ୍କୁ ଗିରଫ କରାଯାଇଥିଲା। କାଶ୍ମୀରରେ ହୋଇଥିବା ନରସଂହାର ଉପରେ ହୋଇଥିବା କାଶ୍ମୀର ଫାଇଲକୁ କେଜରିୱାଲ ମିଛ ବୋଲି କହିଥିଲେ। ଏହାକୁ ନେଇ ତାଜିନ୍ଦର କେଜରିୱାଲଙ୍କୁ ଘେରିଥିଲେ। ସ୍ବାଧୀନ ଭାରତରେ ହୋଇଥିବା ନରସଂହାରକୁ ଗ୍ରହଣ କରି ନ ଥିବା କେଜରିୱାଲଙ୍କୁ ୧୦୦ କୋଟି ହିନ୍ଦୁ କଦାପି କ୍ଷମା କରିବେ ନାହିଁ ବୋଲି ତାଜିନ୍ଦର କହିଥିଲେ।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *