ସମ୍ବଲପୁର: ପ୍ରଗତି ପଥରେ ସମ୍ବଲପୁର ଆଇଆଇଏମ । ଏଵେ ଦେଶ ବିଦେଶରେ ସମ୍ବଲପୁର ଆଇଆଇଏମ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଜୀବନ ଜୀବିକା ପାଇଁ ସ୍ଥାନୀୟ କଳା ସଂସ୍କୃତିକୁ ପ୍ରୋତ୍ସାହନ ଦେଉଥିବା ବେଳେ ଏଵେ ପୁଣି ଏକ ନୂଆ ଫର୍ଦ ଯୋଡ଼ିଛି ଆଇଆଇଏମ ସମ୍ବଲପୁର। ସ୍ଥାନୀୟ ବାନ୍ଧ କଳାକୁ ପ୍ରୋତ୍ସାହନ ଦେବା ପାଇଁ ପୂର୍ବରୁ ଫ୍ଲିପକାର୍ଟ ସହ ଚୁକ୍ତି ସ୍ଵାକ୍ଷର କରିଥିବା ବେଳେ ଏଵେ SIDBI ସହ ଚୁକ୍ତି ସ୍ଵାକ୍ଷର କରିଛି ଆଇଆଇଏମ।
ସମ୍ବଲପୁରୀ ହସ୍ତତନ୍ତର ବ୍ୟବସାୟ ବୃଦ୍ଧି ତଥା ବୁଣାକାରଙ୍କ କଲ୍ୟାଣ ପାଇଁ ସମ୍ବଲପୁର ଆଇଆଇଏମର ଆଉ ଏକ ପଦକ୍ଷେପ । ପୂର୍ବରୁ ସମ୍ବଲପୁରୀ ହସ୍ତତନ୍ତର ବୁଣାକାରଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସମ୍ବଲପୁର ଆଇଆଇଏମ ଅନଲାଇନ ମାର୍କେଟିଂ ପ୍ଲାଟଫର୍ମ Flipkart ସହ ବୁଝାମଣା ପତ୍ର ସ୍ବାକ୍ଷର କରିଥିବା ବେଳେ, ଏଵେ ସମ୍ବଲପୁର ଆଇଆଇଏମ SIDBI ସହ ବୁଝାମଣା ପତ୍ର ସ୍ବାକ୍ଷର କରିଛି । ଆଇଆଇଏମର ଅସ୍ଥାୟୀ କ୍ୟାମ୍ପସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ SIDBI ସହ ଏହି MOU ସ୍ୱାକ୍ଷରିତ ହୋଇଛି । ଏଥିରେ ସମ୍ବଲପୁର ଆଇଆଇଏମ ନିର୍ଦ୍ଦେଶକ, Flipkart ର ନିର୍ଦ୍ଦେଶକ, SIDBI ର CGM ଙ୍କ ସହ 28 ଜଣ Master Weaver ସାମିଲ ହୋଇଥିଲେ । ଏହାଦ୍ୱାରା ବୁଣାକାରଙ୍କୁ ଆର୍ଥିକ ସହାୟତା ମିଳିବା ସହ Flipkartରେ ବ୍ୟବସାୟ ତ୍ୱରାନ୍ୱିତ ହେବ ବୋଲି କୁହାଯାଇଛି । ପୂର୍ବରୁ ସମ୍ବଲପୁର ଆଇଆଇଏମ Flipkart ସହ ଏମଓୟୁ କରିଥିବା ବେଳେ ଏବେ ତାହା କାର୍ଯ୍ୟକ୍ଷମ ହେବାକୁ ଯାଉଛି । ବୁଣାକାରମାନଙ୍କୁ ସହାୟତା ପ୍ରଦାନ ପାଇଁ ସମ୍ବଲପୁର ଆଇଆଇଏମ ଆଜି SIDBI ସହ ଏକ MOU ସ୍ୱାକ୍ଷର କରିଛି।
ଏହା ସହ ଏହି Master Weaverମାନଙ୍କ ତାଲିମ ପାଇଁ ସମ୍ବଲପୁର ଆଇଆଇଏମ ଏକ ଓଡିଆ ସାର୍ଟିଫିକେଟ କୋର୍ସ ଆରମ୍ଭ କରିଛି । ଏହି କୋର୍ସ ଦ୍ୱାରା ବୁଣାକାରମାନେ କିପରି ଡିଜିଟାଲ ପ୍ଲାଟଫର୍ମରେ ନିଜ ଉତ୍ପାଦର ବ୍ୟବସାୟ କରି ଲାଭବାନ ହେବେ, ସେନେଇ ଶିକ୍ଷା ଦିଆଯିବ । ଅନଲାଇନରେ ବୁଣାକାର ତାଙ୍କ ବସ୍ତ୍ର ବିକ୍ରିର ସୁଯୋଗ ପାଇବା ସହ ବ୍ୟବସାୟରେ ମଧ୍ୟ ବୃଦ୍ଧି ହୋଇ ଅଞ୍ଚଳର ମଧ୍ୟ ବିକାଶ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି।
ସ୍ଥାନୀୟ କଳା ସଂସ୍କୃତିକୁ ଦେଶ ବିଦେଶରେ ପ୍ରଚାର ପ୍ରସାର ସହ ବ୍ୟବସାୟ ପାଇଁ IIM ର ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି |
ସମ୍ବଲପୁର ରୁ ସରୋଜ ସେଟ୍ ନକ୍ଷତ୍ର ନିଉଜ
ସମ୍ବଲପୁରୀ ହସ୍ତତନ୍ତର ବ୍ୟବସାୟିକ ବିସ୍ତାର ପାଇଁ MOU ସ୍ୱାକ୍ଷରିତ କରିଛି IIM ସମ୍ବଲପୁର।
Naxatra News is now on Whatsapp
Join and get latest news update delivered to you via whatsapp
Join Now