କିଏ ଖାଉଛି କାଳିଆ ଟଙ୍କା?

ନବରଙ୍ଗପୁର: ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲାରେ ସରକାରୀ ଯୋଜନା ହଡପ ଅଭିଯୋଗ। ସରକାର ଚାଷକୁ ପ୍ରୋତ୍ସାହନ ଦେଇ ଚାଷୀଙ୍କୁ ଉପକୃତ କରିବାକୁ କାଳିଆ ଯୋଜନା ଚଳାଇଛନ୍ତି। କିନ୍ତୁ ଏହି ଜିଲ୍ଲାରେ ଚାଷୀ କାଳିଆ ଯୋଜନାର ସୁଫଳ ପାଇ ପାରୁ ନ ଥିବା ବେଳେ କିନ୍ତୁ ସରକାରୀ ତହବିଲ ଖାଲି ହେଉଛି ଚାଷୀଙ୍କ ନାମରେ।

ପୁଣି ସାମ୍ନାକୁ  ଆସିଲା କାଳିଆ ଯୋଜନା ଟଙ୍କା ହଡପ କେଳେଙ୍କାରୀ। ଆଦବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ପ୍ରକୃତ ଚାଷୀ କାଳିଆ ଯୋଜନାରେ ଲାଭ ନ ପାଇ ହନ୍ତ ସନ୍ତ ହେଉଛନ୍ତି, ହେଲେ  ହିତାଧିକାରୀଙ୍କ ନାଁରେ ଜାଲ ଆକାଉଣ୍ଟ ଖୋଲି  ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ଟଙ୍କା ବାଟମାରଣା  ଚେର ଯେତିକି ଦେଖାଯାଉଛି ତା’ଠାରୁ ଅଧିକ ଲୁଚି ରହିଥିବା ଅଭିଯୋଗ କରୁଛନ୍ତି ଯୋଜନାରୁ ବଞ୍ଚିତ ଚାଷୀ।

ଚାଷୀ କାଳିଆ ଯୋଜନାର ସୁଫଳରୁ ବଞ୍ଚିତ ହୋଇ ଦହଗଞ୍ଜ ହେଉଥିବା ବେଳେ କିନ୍ତୁ ମିଛ ଆକାଉଣ୍ଟ କରି ଅର୍ଥ ଲୁଟ କରୁଛନ୍ତି ସ୍ଥାନୀୟ ଅଧିକାରୀ। ଏହାକୁ ନେଇ ଚାଷୀ ଅଭିଯୋଗ କରିଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁନାହାନ୍ତି କି ବର୍ତ୍ତମାନ ସୁଦ୍ଧା ପ୍ରଶାସନ ତଦନ୍ତ କରିବାର ନାଁ ନେଉନି। ସେପଟେ ପ୍ରଶାସନରର ସ୍ଥାଣୁତାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି ।

ପୂର୍ବରୁ ଅଲେଖଗୁଡା ଗାଁରେ ମିଛ ଆକାଉଣ୍ଟ ମାଧ୍ୟମର କାଳିଆ ଯୋଜନା ଅର୍ଥ ହରିଲୁଟ ନେଇ ଅଭିଯୋଗ କରିଥିଲେ। ଏନେଇ ଆମ ସହ ବିଭିନ୍ନ ଗଣମାଧ୍ୟମ ଖବର ପ୍ରସାରଣ କରିଥିଲେ। ତା ଉପରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ବେଳେ ଏବେ  କୋଷାଗୁମୁଡା ବ୍ଲକ ଏକରି ପଞ୍ଚାୟତର  ନୂନପାଣି ଗାଁର ଶତାଧିକ ଚାଷୀ ସମାନ ଅଭିଯୋଗ ଆଣିଛନ୍ତି। ଚାଷୀଙ୍କ ଅଜାଣତରେ  ଜାଲ ଆକାଉଣ୍ଟ ଖୋଲାଯାଇ ଲକ୍ଷାଧିକ ଟଙ୍କା ବାଟମାରଣା କରାଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ। କିଏ କାଳିଆ ଟଙ୍କା ଖାଉଛି ତାର ତଦନ୍ତ କରିବାକୁ ଚାଷୀ ଦାବି କରୁଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *