ବ୍ରହ୍ମପୁର: ଦଲାଲ ମୁକ୍ତ ହେବ ସମସ୍ତ ମେଡ଼ିକାଲ ଓ ହସ୍ପିଟାଲ। ରୋଗୀଙ୍କୁ ମିଳିବ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା। ଯଦି ମେଡ଼ିକାଲର କୌଣସି କର୍ମଚାରୀ ଓ ଅଧିକାରୀ ଏଥିରେ ସାମିଲ ଥାନ୍ତି ତାହାହେଲେ ସେମାଙ୍କନ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସେକ୍ରେଟାରୀ। ଏହାର ଦାଇତ୍ୱ ନେବେ ନିକଟସ୍ଥ ପୋଲିସ ଅଧିକାରୀ। ସେପଟେ ଏ ନିଷ୍ପତି ନେବା ପରେ ହିଁ ବ୍ରହ୍ମପୁର ଏମକେସିଜି ପରିସରରେ ନକଲି ଡାକ୍ତର ଜଣେ ଠାବ କରିଛି ପୋଲିସ। ପୂର୍ବରୁ ପୋଲିସ ରୋଗୀ ବେଶରେ ୬ ଜଣ ଦଲାଲ କୁ ମଧ୍ୟ ଗିରଫ କରିଥିଲା।
ରାଜ୍ୟ ସରକାର ସମସ୍ତ ମେଡ଼ିକାଲ ଓ ହସ୍ପିଟାଲ ଗୁଡିକୁ ଦଲାଲ ମୁକ୍ତ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏ ନେଇ ସମସ୍ତ ମେଡିକାଲ ର ଅଧକ୍ଷ, ଡିନ୍ ଓ ସିଡିଏମଓ ମାନଙ୍କୁ ଦୃଷ୍ଟି ଦେବାକୁ କୁହାଯାଇଛି। ତେବେ ଗତ ଶୁକ୍ରବାର ବ୍ରହ୍ମପୁର ଏମକେସିଜିରୁ ଜଣେ ନକଲି ଡାକ୍ତର ଠାବ କରିଛି ପୋଲିସ ।
ସୂଚନା ମୁତାବକ ଏମକେସିଜି ମଡ଼ିକାଲରେ ଗତକାଲି ଅପରାହ୍ନ ସମୟରେ ଜଣେ ରୋଗୀଙ୍କୁ ଅସ୍ଥିଶଲ୍ୟ ଅନ୍ତଃଚିକିତ୍ସା ବିଭାଗକୁ ଜଣେ ଯୁବକ ନେବା ସମୟରେ ତାଙ୍କର ମେଡ଼ିକାଲ କର୍ମଚାରୀଙ୍କ ସହ ପାଟିତୁଣ୍ଡ ହୋଇଥିଲା । ତେବେ ଯୁବକ ଜଣଙ୍କ ବେକରେ ମେଡ଼ିକାଲର ଡ଼ାକ୍ତର ହୋଇଥବାର ଆଇ କାର୍ଡ ପଡିଥଲା। ସେ ଓପିଡ଼ି ସୁପର ଭାଇଜର ବୋଲି ପରିଚୟ ପ୍ରଦାନ କରିଥିଲେ । ତେବେ କର୍ମଚାରୀ ଏବଂ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ମେଡ଼ିକାଲ ଫାଣ୍ଡି ପୋଲିସ ।
ଫାଣ୍ଡି ପୋଲିସ ତାଙ୍କର ପଚରାଉଚୁରା କରିବା ସହିତ ସେ ଜଣେ ଡ଼ିପ୍ଲୋମା ଛାତ୍ର ହୋଇଥିବା ବେଳେ ଏଭଳି ଦଲାଲଗିରି କରୁଥିବା ନେଇ ପୋଲିସ ସମ୍ମଖରେ କହିଥିଲା । ଏହାପରେ ନକଲି ପରିଚୟପତ୍ର କରିଥିବା ଦୋକାନ ମାଲିକ ଓ କର୍ମଚାରୀଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରାଯାଉଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।
ସେପଟେ ବ୍ରହ୍ମପୁର ବାସିନ୍ଦା ରାଜ୍ୟ ସରକାରଙ୍କ ଏ ନିଷ୍ପତି କୁ ସ୍ୱାଗତ କରିଥିବାବେଳେ, ରୋଗୀ ଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ହସ୍ପିଟାଲ କର୍ତ୍ତୃପକ୍ଷ ହିଁ ଏ ଦିଗରେ ବିହିତ ଦୃଷ୍ଟି ଦେବା ଦରକାର। ରୋଗୀ ମାନେ ଘରୋଇ ହସ୍ପିଟାଲ ଯାଇ ଅଯଥା ଖର୍ଚ୍ଚାନ୍ତ ହଉଛନ୍ତି। ତେବେ ଲୋକଙ୍କୁ ସଚେତନ କରାଇବା ଦରକାର ରହିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ରାଜ୍ୟ ସରକାରଙ୍କ ଏ ନିଷ୍ପତି କେତେ ଦୂର କାର୍ଯ୍ୟକାରୀ ହୋଇପାରିଛି ତାହା ଆଗାମୀ ଦିନରେ ହିଁ ଜଣାପଡିବ।
ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now