ଭୁବନେଶ୍ବର: ଆରମ୍ଭ ହୋଇଛି ଆତ୍ମମନ୍ଥନ କର୍ମଶାଳା l ସ୍ୱଚ୍ଛତା ଓ ପରିମଳରେ ଭୁବନେଶ୍ୱରକୁ ଦେଶରେ ଏକ ନମ୍ବର କରିବା ଲକ୍ଷ୍ୟରେ ଟାର୍ଗେଟ ନେଇ କାମ କରୁଛନ୍ତି ତୃଣମୂଳ ସ୍ତରର କର୍ମଚାରୀ l ସେପଟେ ଗଳିକନ୍ଦିରୁ ଅଳିଆ ଆବର୍ଜନା ସଂଗ୍ରହ ପାଇଁ ଟ୍ରାୟାଲ ବେସିସ ରେ ଆରମ୍ଭ ହୋଇଛି ସଫା ବାଇକ ଅଭିଯାନ l
ଟାର୍ଗେଟ ନେଇ ତୃଣମୂଳ ସ୍ତରରୁ କାମ କରୁଛି ଟିମ l ସ୍ୱଚ୍ଛତା ଓ ପରିମଳକୁ ଖୋରାକ ଯୋଗାଇବା ଆତ୍ମମନ୍ଥନ l ସେପଟ ଭୁବନେଶ୍ୱରରେ ଆରମ୍ଭ ହୋଇଛି ସଫା ବାଇକ ଅଭିଯାନ l ଯାହା ଭୁବନେଶ୍ୱରର ଗଳିକନ୍ଦିରେ ପହଞ୍ଚି ଡୋର ଟୁ ଡୋର ସଂଗ୍ରହ କରିବ ଅଳିଆ l ଏଣିକି ସହରରେ ଆରମ୍ଭ ହେବ ସଫା ବାଇକ ସେବା । ଏହା ସହରର ଅଣ ଓସାରିଆ ଓ ଗଳିକନ୍ଦିରେ ରହୁଥିବା ଲୋକଙ୍କ ପାଖକୁଯାଇ ଅଳିଆ ସଂଗ୍ରହ କରିବ। ପ୍ରଥମେ ଏହି ସେବା ର ଟ୍ରାଏଲ ଭାବରେ ଦୁଇଟି ୱାର୍ଡ଼ ଅର୍ଥାତ ୧ ନମ୍ବର ଓ ୨ ନମ୍ବର ୱାର୍ଡ ରେ ଯାଇ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରିଛି । ପ୍ରଥମେ ଟ୍ରାଇଲ ରେ କମିଶନର ବିଜୟ ଅମୃତା କୁଲାଙ୍ଗେ ଗତକାଲି ନିଜେ ଏହି ଗାଡି ଚଳାଇ ଏହି ସେବାର ଆରମ୍ଭ କରିଛନ୍ତି । ପ୍ରାଥମିକ ପର୍ଯାୟରେ ସହରର ଆଦର୍ଶ କଲୋନୀରେ ଅଳିଆର ପୃଥକୀ କରଣ ସହ ପ୍ରତି ଘରେ କିପରି ପହଁଞ୍ଚିବ ଅଳିଆଗାଡି ତାର କାମ କରିବ ସେ ନେଇ ଏକ ଟ୍ରାଇଲ ରନ କରାଯାଇଛି । ଏନେଇ ବିଏମସି କର୍ପୋରେସନ ବୈଠକରେ ଆଲୋଚନା କରାଯାଇ ନିଷ୍ପତି ନିଆଯିବ ଯେ,ଏହି ସେବାକୁ ଆହୁରି କିପରି ତ୍ଵରାନିତ୍ଵ କରାଯାଇପାରିବ ।
ଦେଶର ସ୍ଵଛତା ସହର ଭିତରେ ଭୁବନେଶ୍ୱର ସ୍ଥାନ ୮୦ ନମ୍ବର୍ ରେ ରହିଛି । ତାହାକୁ ୧ ନମ୍ବର୍ ସ୍ଥାନକୁ ଆଣିବା ପାଇଁ କରାଯାଇଛି ଆତ୍ମମନ୍ଥନ କର୍ମଶାଳା । ସଫେଇ ଦିଗରେ କଣ ଚ୍ୟାଲେଞ୍ଜ ରହିଛି ଓ ଏହାକୁ କିପରି ମିଳିତ ଭାବରେ ଦୂର କରାଯାଇପାରିବ ସେନେଇ ଆଲୋଚନା କରାଯାଇଛି । ମେୟର, କମିଶନର, କର୍ପୋରେଟର, ସାନିଟାରୀ ଇନ୍ସପେକ୍ଟର, ଏନ୍ ଜି ଓ, ସ୍ୱଚ୍ଛ ସାଥୀ, ସଫେଇ ସଂସ୍ଥା ମିଶି ସ୍ବଚ୍ଛତା ଉପରେ ଗୁରୁତ୍ଵପର୍ଣ୍ଣ ଆଲୋଚନା କରିବା ସହ ଯେଉଁଠି ଅସୁବିଧା ରହୁଛି ତାକୁ କିପରି ଦୂର କରାଯିବ ଓ ସବୁ ୱାର୍ଡରେ ଶତପ୍ରତିଶତ ଅଳିଆ ସଂଗ୍ରହ ସହ ସ୍ୱଚ୍ଛତା ରହିପାରିବ ସେ ନେଇ ପ୍ଲାନ ପ୍ରସ୍ତୁତ କରାଯାଇଛି l
ତେବେ ସବୁପରେ ବି,ପୂର୍ବରୁ ପରିମଳ ଓ ସ୍ୱଚ୍ଛତାକୁ ନେଇ ଅନେକ ପଦକ୍ଷେପ ନିଆଯାଇଥିଲେ ବି ତାହା ସଠିକ କାର୍ଯ୍ୟକାରୀ ହେବା ପୂର୍ବରୁ ଭଣ୍ଡୁର ହୋଇଯାଏ l ହେଲେ ଏବେ ବିଏମସିର ଏହି କାର୍ଯ୍ୟକ୍ରମ ଓ ସ୍ୱପ୍ନ କେତେଦୂର ସଫଳ ହେଉଛି ତାହା ଦେଖିବାର କଥା l
ସିମ୍ପୁଲ ନାୟକଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now