ଜଗନ୍ନାଥଙ୍କ ଚିତ୍ର ଆଙ୍କି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ସୃଷ୍ଟି

ବରଗଡ: ନାମଟି ତାଙ୍କର ସୃଷ୍ଟି ଲେଖା  । ତାଙ୍କ ହାତରୁ ସୃଷ୍ଟି  କଳାକୃତି ସମସ୍ତଙ୍କୁ କରିଛି ଗର୍ବିତ । ବର୍ଜ୍ୟ ବସ୍ତୁକୁ ଉପଯୋଗ କରି କରି ଚାଲିଛନ୍ତି ବିଭିନ୍ନ ଆକର୍ଷଣୀୟ ଜିନିଷ । ବରଗଡ଼ ଜିଲ୍ଲା ବିଜେପୁର ବ୍ଳକ ପହଣ୍ଡି ଗ୍ରାମର ସୃଷ୍ଟି ଲେଖା ପୁରୋହିତ ନିକଟରେ ମଶା ମାରିବା ପାଇଁ ବ୍ୟବହାର ଅଚଳ ରାକେଟରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ଯାହାକୁ ନେଇ ନିଜ ପରିବାର ତଥା ଗ୍ରାମବାସୀ ଗର୍ବିତ ମନେ କରିଛନ୍ତି ।

କାଠ ପଟା, କାଗଜ ବୋର୍ଡ ପରି ବର୍ଜ୍ୟବସ୍ତୁରେ ତିଆରି  ହୋଇଛି ତିନି ରଥ । ରଥକୁ ଦେଖିଲେ ଅବିକଳ ପୁରୀର ରଥ ପରି ଦିଶୁଛି । ସେହିପରି ବାଉଁଶ କୁଲାରେ  ମା ସମଲେଶ୍ୱରୀଙ୍କ ଫଟୋ । ଏ ସବୁ ଥରେ ଯିଏ ବି ଦେଖିବ ତାର ଆଖି ଲାଗି ରହିବ । ଏ ସବୁ ସୃଷ୍ଟିଙ୍କ ହାତରୁ ସୃଷ୍ଟ । ବର୍ଜ୍ୟବସ୍ତୁକୁ ବ୍ୟବହାର କରି ଏ ଭଳି ଆକର୍ଷଣୀୟ ଜିନିଷ ସୃଷ୍ଟି କରୁଛନ୍ତି ସୃଷ୍ଟି ଲେଖା ପୁରୋହିତ । ନିକଟରେ ତାଙ୍କ ଦ୍ଵାରା ସୃଷ୍ଟ କଳାକୃତି ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଛନ୍ତି ସେ । ମଶା ମାରିବା ପାଇଁ ବ୍ୟବହାର ହେଉଥିବା ଇଲେକ୍ଟ୍ରୋନିକସ ରାକେଟରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ଏହି ପୁରସ୍କାର ହାସଲ କରିଛନ୍ତି । ତାଙ୍କ ଘରେ ଥିବା ଅଚଳ ରାକେଟରେ ୫୬ ସେ.ମି.ର ଜଗନ୍ନାଥଙ୍କ ଚିତ୍ର ଅଙ୍କନ କରି ଏପରି କୃତିତ୍ୱ ପାଇଛନ୍ତି।

ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ପହଣ୍ଡି ଗ୍ରାମର ସରୋଜ ପୁରୋହିତ ଏବଂ ଶୈଳବାନି ପୁରୋହିତଙ୍କ ଝିଅ ସୃଷ୍ଟି ଲେଖା । ବାଲ୍ୟ କାଳରୁ ଚିତ୍ର ଅଙ୍କନ ତଥା ବିଭିନ୍ନ ସାମଗ୍ରୀରୁ କଳାକୃତି କରିଆସୁଥିଲେ । ଏଥିପାଇଁ ପରିବାର ସହଯୋଗ କରିଆସୁଥିଲେ । ଅଚଳ ଫ୍ୟାନ, ଭଂଗା ବାଲଟି, ମଗ ଯାହା ଦେଖିଲେ ସେଥିରୁ କରିପକାନ୍ତି ନାନା କଳାକୃତି । ଘରେ ବ୍ୟବହାର ପରେ ତାକୁ ଫିଙ୍ଗି ନ ଦେଇ ସେଥିରେ ବିଭିନ୍ନ ଜିନିଷ ତିଆରି କରି ନିଜ ଘରେ ସଜାଇ ରଖୁ ଥିଲେ । ଯାହାକୁ ଦେଖି ସାଇ ପଡ଼ିଶା ଖୁବ ପ୍ରଶଂସା କରୁଥିଲେ । ଦୀର୍ଘଦିନ ପରେ ଏବେ ତାଙ୍କ ପରିଶ୍ରମର ଫଳ ମିଳିଛି । ଇଣ୍ଡିଆ ବୁକରେ ସ୍ଥାନ ପାଇଥିବା ଏହି ଚିତ୍ର ପାଇଁ ବହୁତ ପରିଶ୍ରମ କରିଥିବା କହିଛନ୍ତି । ଇଣ୍ଡିଆ ବୁକରେ ସ୍ଥାନ ପାଇବାପରେ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି । ମାଆ, ବାପା ତଥା ଅଞ୍ଚଳ ବାସି ସୃଷ୍ଟିଙ୍କ ପାଇଁ ଗର୍ବିତ ମନେ କରିଛନ୍ତି । ତାଙ୍କ ହାତରୁ ନୂଆ ନୂଆ ଜିନିଷ ସୃଷ୍ଟି ହେଉଥିବାରୁ ନିଜ ନାମକୁ ସାର୍ଥକ କରିପାରିଥିବା କୁହାଯାଇଛି । ଏଥିପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି ।

ବର୍ତମାନ ଫାର୍ମାସୀ ପାଠ ପଢୁଥିବା ସୃଷ୍ଟି ଲେଖା ଭବିଷ୍ୟତରେ ମଧ୍ୟ ନିଜର ଅନ୍ୟନ୍ୟ ପ୍ରତିଭା ପାଇଁ ବେଶ ପ୍ରଶଂସା ସାଉଁଟିବେ ।

ଧ୍ରୁବ କର୍ମୀଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *