ମମିତା ମେହେର ହତ୍ୟା ଘଟଣା: ଗୋବିନ୍ଦର ଆତ୍ମହତ୍ୟା

ବଲାଙ୍ଗିର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାର ମୁଖ୍ୟ  ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା। ମଙ୍ଗଳବାର ସକାଳେ ସେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଂଜୀ ଜେଲ୍ ପରିସରରେ ଥିବା ଏକ ଗଛରେ ଫାଶି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲବା ବେଳେ ଜେଲ କର୍ତ୍ତୃପକ୍ଷ ତାକୁ ଉଦ୍ଧାର କରି ମେଡିକାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ

ମଙ୍ଗଳବାର ଗୋବିନ୍ଦକୁ  କୋର୍ଟରେ ହାଜର ହେବାର ଥିଲା। ଗୋବିନ୍ଦ ଆବେଦନ କରିଥିବା ଜାମିନ୍ ଆବେଦନ କୋର୍ଟରେ ଖାରଜ ହୋଇଯାଇଥିଲା। ମାମଲାରେ ପ୍ରାୟ ସମସ୍ତ ପକ୍ଷର ସାକ୍ଷ୍ୟ ସରିଛି। ମମିତାଙ୍କ ପରିବାର ଲୋକେ ମଧ୍ୟ ସାକ୍ଷ୍ୟ ଦେଇସାରିଛନ୍ତି। କୋର୍ଟରେ ହାଜର ପୂର୍ବରୁ ସକାଳୁ ସକାଳୁ ଗୋବିନ୍ଦ ଆତ୍ମହତ୍ୟା କରିଛି।

ତେବେ ଗୋବିନ୍ଦ ଆତ୍ମହତ୍ୟା କରିନାହିଁ ତାକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛି ବିଜେପି। ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରେସ୍ ମିଟ୍ କରି ଏହି ଅଭିଯୋଗ କରିଛନ୍ତି। ମମିତା ମେହେର ହତ୍ୟା ମାମଲା ଓ ଗୋବିନ୍ଦ ସାହୁ ମୃତ୍ୟୁ ମାମଲାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି।

ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଗତବର୍ଷ ଅକ୍ଟୋବର ୮ତାରିଖରେ ହତ୍ୟା କରାଯାଇଥିଲା। ଏହହି ହତ୍ୟା ଘଟଣା ସେହି ସମୟରେ ହଇଚଇ ସୃଷ୍ଟି କରିଥିଲା ସାରା ରାଜ୍ୟରେ। ମାମଲାରେ ତତ୍କାଳୀନ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ନେଇ ବିରୋଧୀ ସରକାରକୁ ଘେରିଥିଲେ। ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ସହ ତାଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *