ରାଜ୍ୟରେ ଆରମ୍ଭ ହେଲା ୫-ଜି ସେବା

ଭୁବନେଶ୍ବର: ଓଡ଼ିଶାରେ ଗୁରୁବାରଠାରୁ ଆରମ୍ଭ ହୋଇଛି  ଫାଇଭ୍-ଜି ସେବା । ଫାଇଭ ଜି ସେବା ଶୁଭାରମ୍ଭ ପାଇଁ  ଭୁବନେଶ୍ୱରରେ ଆୟୋଜିତ ହୋଇଛି ଏକ କାର୍ଯ୍ୟକ୍ରମ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି । ବର୍ତ୍ତମାନ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ଫାଇଭ ଜି ସେବା ଯୋଗାଉଛନ୍ତି।

ଓଡିଶାରେ ଫାଇଭ ଜି ସେବା ଶୁଭାରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କଟକ ଓ ଭୁବନେଶ୍ୱରର ସହ ଅଳ୍ପ କିଛି ସହରରେ  ଏହି  ସେବା ଆରମ୍ଭ ହୋଇଛି । ପରେ ରାଜ୍ୟବ୍ୟାପୀ ୫ଜି ସେବା ଯୋଗାଇ ଦିଆଯିବ।  ୫ଜି ଦ୍ବାରା ଇଣ୍ଟରନେଟ ୟୁଜର୍ସ ହାଇସ୍ପିଡ ଇଣ୍ଟନେଟ ସୁବିଧା ପାଇ ପାରିବେ। ଏହାର ଇଣ୍ଟରନେଟ୍ ସ୍ପିଡ ୪ ଜି ତୁଳନାରେ ୧୦ ଗୁଣା ଅଧିକ ହେବ ।

ରାଜ୍ୟର ଅନ୍ୟ ଅଞ୍ଚଳରେ  ଏହି ସେବା ଲାଗୁ ହେଲେ ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଏହା ବୈପ୍ଲବିକ ପରିବର୍ତ୍ତନ ଆଣିପାରିବ । କେବଳ ସହରାଞ୍ଚଳ ନୁହେଁ, ରାଜ୍ୟର ଉପାନ୍ତ ତଥା ଅପହଞ୍ଚ ଅଞ୍ଚଳରେ ମଧ୍ୟ ଏହି ସେବାକୁ ପହଞ୍ଚାଇବାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଓଡ଼ିଶାବାସୀଙ୍କୁ ବିଶ୍ୱସ୍ତରୀୟ ମୋବାଇଲ ସେବା ଯୋଗାଇ ଦେବାକୁ ଏପରି ପଦକ୍ଷେପ ନିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

ଓଡ଼ିଶାରେ ସମୁଦାୟ ୫ ହଜାର ଟାୱାର ନିର୍ମିତ ହେବ ।  ପ୍ରଥମ ପର୍ଯ୍ୟାୟରେ ଶହେଟି ଟାୱାରର ଶୁଭାରମ୍ଭ ଗୁରୁବାର କରାଯାଇଛି। ଏହି ଟାୱାରଗୁଡ଼ିକ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନୂଆଗଡ଼ା, ରାୟଗଡ଼ା ଜିଲ୍ଲାରେ ସ୍ଥାପିତ ହୋଇଛି। ଖୁବ୍‌ ଶୀଘ୍ର ରାଜ୍ୟର ଅନ୍ୟ ଜିଲ୍ଲାରେ ବି ଏହି ସେବା ଉପଲବ୍ଧ ହେବ ବୋଲି କହିଛନ୍ତି ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *