ଆସନ୍ତା ୬ରେ ସୁପ୍ରିମ କୋର୍ଟରେ ବିବିସି ଡକ୍ୟୁମେଣ୍ଟାରୀ ଶୁଣାଣି

ନୂଆଦିଲ୍ଲୀ: ବିବିସି ଡକ୍ୟୁମେଣ୍ଟ୍ରୀ ଉପରେ ପ୍ରତିବନ୍ଧକ ଲଗାଯିବା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। କେନ୍ଦ୍ର ସରକାର ପକ୍ଷରୁ ଲଗାଯାଇଥିବା ପ୍ରତିବନ୍ଧକ ବିରୋଧରେ ଦାୟର ହୋଇଛି ଯାଚିକା। ଓକିଲ ମନୋହର ଲାଲ ଶର୍ମାଙ୍କ ଦ୍ବାରା ଦାୟର ଯାଚିକା ଉପରେ ଫେବୃଆରୀ ୬ ତାରିଖରେ ଏହି ମାମଲା ଉପରେ ଶୁଣାଣି କରାଯିବ। ତେବେ ନିଜ ଆବଦନରେ ଯାଚିକାକର୍ତ୍ତା ତୁରନ୍ତ ଶୁଣାଣି ପାଇଁ ଦାବି କରିଥିଲେ। କିନ୍ତୁ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ଏହାର ଶୁଣାଣି ୬ ତାରିଖରେ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି।

ସୂଚନା ଯୋଗ୍ୟ, ବିବିସି ପକ୍ଷରୁ ମୋଦିଙ୍କ ଉପରେ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରାଯାଇଛି। ଇଣ୍ଡିଆ: ଦ ମୋଦି କ୍ବେଶ୍ଚିନ ନାମର ଏହି ଡକ୍ୟୁମେଣ୍ଟାରୀକୁ ବିବିସି ଦୁଇ ଭାଗରେ ରିଲିଜ କରିଛି। କିନ୍ତୁ ଡକ୍ୟୁମେଣ୍ଟାରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ୨୦୦୨ରେ ହୋଇଥିବା ଗୋଧ୍ରା ହିଂସା ସହ ଦେଶରେ ଅଳ୍ପସଂଖ୍ୟକଙ୍କ ଉପରେ ହେଉଥିବା ଅତ୍ୟାଚାର, ମବ ଲଞ୍ଚିଂ ଆଦିକୁ ଦର୍ଶା ଯାଇଛି। ଏହି ଡକ୍ୟୁମେଣ୍ଟାରୀ ରିଲିଜ ହେବା ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ବ୍ଲକ କରିବାକୁ ୟୁଟ୍ୟୁବ ଓ ଟ୍ବିଟରକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ ଅନୁଯାୟୀ ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଉଭୟ ସଂସ୍ଥା। ହେଲେ ଏହାକୁ ନେଇ ସାରା ଦେଶରେ ଦେଖାଦେଇଛି ଅସନ୍ତୋଷ। ବିଭିନ୍ନ ବିଶ୍ବବିଦ୍ୟାଳୟର ଅଣ ବିଜେପି ସଂଗଠନ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ କରାଉଥିବା ବେଳେ ଅନେକ ସ୍ଥାନରେ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଉଛି

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *