ସାଂସଦ ରବିନ୍ଦ୍ରଙ୍କୁ ଝଟକା

() ସିସୋର ଚିଟଫଣ୍ଡ ଠକେଇ ମାମଲା ନେଇ ବାଲେଶ୍ଵରର ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କୁ ହାଇକୋର୍ଟଙ୍କ ଝଟକା। ରବୀନ୍ଦ୍ର ଜେନାଙ୍କ ବିରୋଧରେ ସିସୋର ଚିଟଫଣ୍ଡ ଠକେଇ ନେଇ ହୋଇଥିବା ମାମଲା ରଦ୍ଦ କରିବା ପାଇଁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ରବିନ୍ଦ୍ର ଜେନାଙ୍କ ଆବେଦନକୁ ଖାରଜ କରିଛନ୍ତି। ସିସୋର ଚିଟଫଣ୍ଡ ସଂସ୍ଥା ଠାରୁ ପଇସା ନେଇ ସଂସ୍ଥା ମାଲିକଙ୍କୁ ରାଜନୈତିକ ସୁରକ୍ଷା ରବିନ୍ଦ୍ର ଜେନା ଦେଉଥିଲେ ବୋଲି ସିବିଆଇ ପକ୍ଷରୁ କୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ପୂର୍ବରୁ ରବିନ୍ଦ୍ର ଜେନାଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଥିଲେ  କୋର୍ଟ । ଭୁବନେଶ୍ୱର ନିମ୍ନ ଅଦାଲତରେ ତାଙ୍କ ବିରୋଧରେ ହୋଇଥିବା ମାମଲା ବିଚାରଧୀନ ଥିଲା। ସିବିଆଇ ପକ୍ଷରୁ ଦିଆଯାଇଥିବା ଚାର୍ଜସିଟ ଓ ଏଫଆଇଆରକୁ ରଦ୍ଦ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ରବିନ୍ଦ୍ର ଜେନା। ବିଚାରପତି ଜଷ୍ଟିସ ବିପି ରାଉତରାୟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି ରବିନ୍ଦ୍ର ଜେନାଙ୍କ ଆବେଦନକୁ ଖାରଜ କରିଛନ୍ତି। ସିବିଆଇ ପକ୍ଷରୁ ଆଇନଜୀବୀ ସାର୍ଥକ ନାୟକ ମାମଲା ପରିଚାଳନା କରୁଥିବା ବେଳେ ରବିନ୍ଦ୍ର ଜେନାଙ୍କ ପକ୍ଷରୁ ଅମନ ଲେଖି, ପ୍ରଣୟ ଦାସ ଓ ଗୌରବ ଖନ୍ନା ମାମଲା ପରିଚାଳନା କରୁଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *