ଗୋପ: ବୃଦ୍ଧ ବାପାଙ୍କ ବେକରେ ବନ୍ଧା ହୋଇଛି ୨୯ ବର୍ଷ ପୁଅ ଜଗା। ଏକ ସଡକ ଦୁର୍ଘଟଣାର ଶିକାର ହେବା ପରେ ନିଜ ଗୋଡ ହରାଇ ବସିଛନ୍ତି । ହେଲେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।
ପୁରୀ ଜିଲ୍ଲା ଗୋପ ବ୍ଲକ ସୁତନ ପଞ୍ଚାୟତ ଟିକନା ଗ୍ରାମର ଯଦୁମଣି ବେହେରା ଦୁଃଖଦ କାହାଣୀ। ପରିବାର କହିଲେ ଯଦୁମଣି ବେହେରା, ତାଙ୍କ ସ୍ତ୍ରୀ ଏକମାତ୍ର ପୁଅ ଓ ଝିଅ । ଯଦୁମଣି ବହୁତ ଖୁସିରେ ଦିନ କାଟୁଥିଲେ । ପୁଅ ଜଗା ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ୨୦୧୯ ମସିହା ନଭେମ୍ବର ମାସରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଜଗବନ୍ଧୁ ବେହେରାଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିଲା।
ସେ ପୁରୀ ,ଭୂବନେଶ୍ୱର ଓ କଟକ ବଡ ମେଡିକାଲରେ ଚିକିତ୍ସା ହୋଈ ଘରକୁ ଫେରିଥିଲେ । ହେଲେ କୌଣସି ତ୍ରୁଟି ଯୋଗୁଁ ତାଙ୍କର ଗୋଡ଼ ଦିନକୁ ଦିନ ଖରାପ ହେବାରେ ଲାଗିଲା । ଏବେ ଗୋଡ଼ ଇନଫେକ୍ସନ୍ ହୋଇ ସେଫ୍ଟିକ ଅବସ୍ଥାରେ ପହଞ୍ଚିଥିବା କହିଛନ୍ତି ବୃଦ୍ଧ ବାପା ।
ସେପଟେ ଘଟଣାକୁ ନେଇ ସରପଞ୍ଚ କହିଛନ୍ତି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଯୋଗେ ଚିକିତ୍ସା କରାଯିବ । ଅନ୍ୟପଟେ ଗୋପ ବିଡ଼ିଓ ଚିକିତ୍ସା ପାଇଁ ୫ ହଜାର ଟଙ୍କା ସହାୟତା ଦେଇଥିବାବେଳେ ରେଡକ୍ରସ ପକ୍ଷରୁ କିଛି ସାହାଯ୍ୟ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।
ତେବେ ଯଦି କୌଣସି ସହୃଦୟ ବ୍ୟକ୍ତି ଏହି ପରିବାରକୁ ସାହାର୍ଯ୍ୟ ପାଇଁ ଚାହାଁନ୍ତି। ତେବେ କାନାରା ବ୍ୟାଙ୍କ ନମ୍ବର- 2490101000409 IFC କୋର୍ଡ CNRB0009240 ରେ ପଠାଇପାରିବେ..
ଭାରତୀ ଭୁଷଣଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now