ଓଡ଼ିଶା

ଚଳିତ ବର୍ଷ ଅଧିକ ଜଳିବ ଜଙ୍ଗଲ

() ଚଳିତ ବର୍ଷ ଅଧିକ ଜାଳିପାରେ ଜଙ୍ଗଲ ! ଜଙ୍ଗଲ ନିଆଁ ଆୟତ୍ତକୁ ନେଇ ସତର୍କ ଘଣ୍ଟି  l ତାପମାତ୍ରା ବୃଦ୍ଧି ହୋଇପାରେ ନିଆଁ ଲାଗିବାର କାରଣ..! ଜଙ୍ଗଲରେ ନିଆଁ ନ ଲାଗିବାକୁ ଭରସା ବର୍ଷା l ଏବେ ସୁଦ୍ଧା ୯୫ ଟି ସ୍ଥାନରେ ନିଆଁ ଲାଗିବାର ସୂଚନା ଆସିଛି। ଆଗାମୀ ଦିନରେ ଏହା ୧୦୦୦ ବି ହୋଇପାରେ ତେଣୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ଯେ କେମିତି ଜଙ୍ଗଲ ନିଆଁ କୁ ଆୟତ୍ତ କରାଯାଇପାରିବ l ଷ୍ଟାଫ ଇକ୍ୟୁପମେନ୍ଟସ,ଟେକ୍ନୋଲୋଜି ରେଡି କରିକି ରଖାଯାଇଛି l ଜିଲ୍ଲାସ୍ତରୀୟ ପ୍ଲାନ ପ୍ରସ୍ତୁତ ମଧ୍ୟ କରାଯାଇଛି l ସେପଟେ ଗାଁ ଗାଁ ରେ ସଚେତନ କରାଯାଉଛି, ଯେପରି ମନୁଷ୍ୟକୃତ ନିଆଁ ଜଙ୍ଗଲରେ ନ ଲାଗୁ l ବାଲିଗୁଡା,ଫୁଲବାଣୀ,ସୁନ୍ଦରଗଡ଼,ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ସମ୍ଭାବନା ଅଧିକ ତେଣୁ ଏହି ଜଙ୍ଗଲ ଉପରେ ବିଭାଗ ସମ୍ପୂର୍ଣ୍ଣ ନଜର ରଖିଥିବା ପ୍ରତିକ୍ରିୟା ରଖିଛନ୍ତି ପିସିସିଏଫ l

ଓଡିଶାରେ ଚଳିତ ଫେବୃଆରୀ ମାସରେ ଦିନ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଅଧିକ ରହିବ l ପ୍ରାୟ ଅଞ୍ଚଳରେ ୩୦ ରୁ ୩୧ ଡିଗ୍ରୀ ତାପମାତ୍ରା ଏବେ ରହିବା କଥା କିନ୍ତୁ ୩୩ ଡିଗ୍ରୀ ଉପରେ ତାପମାତ୍ରା ରହୁଛି l ବାୟୁ ମଣ୍ଡଳରେ ଆଦ୍ରତାର ଅଭାବ ରହିଛି l ପଶ୍ଟିମା ଝାଡ଼ ପ୍ରଭାବ ବିଶେଷ ନାହିଁ l  ଫଳରେ ବର୍ଷା ମଧ୍ୟ ସେତେ ହୋଇନାହିଁ l ତେଣୁ ବାୟୁମଣ୍ଡଳରେ ଆଦ୍ରତାର ଅଭାବ ମଧ୍ୟ ରହିଛି l ତାପମାତ୍ରା ଅଧିକ ରହିବା,ବର୍ଷାର ପ୍ରଭାବ ନ ରହିଲେ ଓ ଆଦ୍ରତା ବିଶେଷ ଅନୁଭୂତ ନହେଲେ ତାହା ଜଙ୍ଗଲ ନିଆଁ ବ୍ୟାପିବାକୁ ସାହାୟ କରାଇଥାଏ l ପଶ୍ଚିମା ଝଡ଼ ପ୍ରଭାବରେ ଶୀତ ଋତୁରେ ବର୍ଷା ହେବା ସହ ଉତ୍ତରା ପବନ ରାଜ୍ୟ ମଧ୍ୟକୁ ବାରମ୍ବାର ପ୍ରବେଶ କରେ l ବର୍ଷା ର ପ୍ରଭାବ ଅଧିକ ରହିଲେ ବାୟୁମଣ୍ଡଳରେ ଆଦ୍ରତା ଅଧିକ ରୁହେ, ତାହା ସହଜରେ ଜଙ୍ଗଲରେ ନିଆଁ ବ୍ୟାପିବାକୁ ଦିଏନାହିଁ l କିନ୍ତୁ ଚଳିତବର୍ଷ ପଶ୍ଚିମା ଝଡ଼ ଅଧିକ ପ୍ରଭାବ ପକାଇପାରିନି ତେଣୁ ଏବେ ତାପମାତ୍ରା ବଢିବା ସହ ଜଙ୍ଗଲ ନିଆଁ ବ୍ୟାପିବାକୁ ସହାୟ ହୋଇପାରେ ! ଜଳବାୟୁ ମଡେଲ ଅନୁସାରେ ଚଳିତ ବର୍ଷ ଲାନିନା ଦୃର୍ବଳ ହୋଇ ଏହା ଧୀର ଧୀରେ ଏଲିନୋ ରେ ପରିଣତ ହେବାର ସମ୍ଭାବନା ରହିଛି l ଏଲିନୋ ସକ୍ରିୟ ହେଲେ ତାପମାତ୍ରା ଚଳିତବର୍ଷ ବୃଦ୍ଧି ହେବ l

ଜଳବାୟୁରେ ପରିବର୍ତ୍ତନ ଆଗାମୀ ଗ୍ରୀଷ୍ମ ଋତୁରେ ବେଶ ପ୍ରଭାବ ଜନସାଧାରଣଙ୍କ ସମେତ ଜଙ୍ଗଲ ନିଆଁକୁ ଆମନ୍ତ୍ରଣ କରିପାରେ…! ତେଣୁ ଏବେଠୁ ସାବଧାନତା ନିହାତି ଜରୁରୀ l

 ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button