ଆମେରିକାରେ ସିଖ ବିରୋଧୀ ଘୃଣା ଅପରାଧ ବଢୁଛି

ୱାସିଂଟନ: ଆମେରିକାରେ ସିଖ ସମୁଦାୟ ସବୁଠାରୁ ଅଧିକ ଘୃଣା ଜନିତ ଆକ୍ରମଣର ଶିକାର ହେଉଛନ୍ତି। ଆମେରିକାର ପେଡେରାଲ ଇନଭେଷ୍ଟିଗେସନ ବ୍ୟୁରୋ ବା ଏଫବିଆଇ ଦ୍ବାରା ଦିଆଯାଇଥିବା ବାର୍ଷିକ ରିପୋର୍ଟରୁ ଏହା ସାମ୍ନାକୁ ଆସିଛି। ୨୦୨୧ରେ ଆମେରିକାରେ ଘୃଣାଜନିତ ଅପରାଧରେ ୟହୁଦି ଓ ସିଖ ସମ୍ପ୍ରଦାୟ ଅଧିକ ଟାର୍ଗେଟ ହୋଇଥିଲେ। ଧର୍ମ ସମ୍ବନ୍ଧିତ ମୋଟ ୧୦୦୫ଟି ଘୃଣା ଅପରାଧ ମାମଲା ରୁଜୁ ହୋଇଥିଲା। ଏଥିରୁ ୩୧.୯ ପ୍ରତିଶତ ୟହୁଦିଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ୨୧.୩ ପ୍ରତିଶତ ସିଖଙ୍କ ବିରୋଧରେ ହୋଇଛି। ଧର୍ମ ଆଧାରିତ ଘୃଣା ଅପରାଧଗୁଡିକରେ ୯.୫ ପ୍ରତିଶତ ମୁସଲମାନଙ୍କ ବିରୋଧରେ ହୋଇଛି। ସେହିପରି କ୍ୟାଥଳିକ ବିରୋଧୀ ଘଟଣା ୬.୧ ଓ ପୂର୍ବ ରୂଢିବାଦୀ ବା ଋଷ, ଗ୍ରୀକ ଓ ଅନ୍ୟ ବିରୋଧୀ ଅପରାଧ ଘଟିଥିଲା।

ଏଫବିଆଇ ମୁତାବକ,  ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡିକ ମୋଟ ୭,୨୬୨ ଘଟଣା ଓ ୯,୦୨୪ ପୀଡିତଙ୍କୁ ସୂଚନା ଦେଇଛି। ଏଥିରୁ ଜଣାପଡୁଛି କି, ଦେଶରେ ବିଭିନ୍ନ ସମ୍ପ୍ରଦାୟ ପାଇଁ ଘୃଣା ଅପରାଧ ଏକ ଚିନ୍ତାର ବିଷୟ ହୋଇଛି।  ଏଫବିଆଇ କହିଛନ୍ତି କି, ରିପୋର୍ଟ ପ୍ରସ୍ତୁତକାରୀ ଏଜେନ୍ସଗୁଡିକ ଅନୁଯାୟୀ ମୋଟ ଅପରାଧ ୧୫,୧୩୮ରୁ ଖସି ୧୧,୮୩୪ରେ ପହଞ୍ଚିଛି। 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *