କାହା ସ୍ୱାର୍ଥରେ ଟାଟା ପାଓ୍ୱାର

() ଟାଟାର ଜୁଲୁମ ଅସହ୍ୟ ହେଲାଣି। ଉପଭୋକ୍ତାଙ୍କ ଉପରେ ଦାଉ ସାଧୁଛି। ବିଜୁଳି ସଂସ୍କାର କଥା କୁଆଡ଼େ ଗଲା। ବିଦ୍ୟୁତ ବଳକା ରାଜ୍ୟ ଓଡ଼ିଶାରେ କାହିଁକି ବିଜୁଳି ଦର ଅଧିକ। ଟାଟା କମ୍ପାନୀ ମାଲେମାଲ୍। କିନ୍ତୁ ସରକାର ବେହାଲ ଶୀର୍ଷକ ମୁଲତବୀ ଆଲୋଚନାରେ ଏଭଳି ବାଗରେ ବର୍ଷିଛନ୍ତି ବିରୋଧୀ। ଆଉ ଶକ୍ତି ମନ୍ତ୍ରୀ କହିଛନ୍ତି, ଏହି ଅଭିଯୋଗ ବାସ୍ତବତା ଆଧାରିତ ନୁହେଁ। ମାଗଣା ଦେଲେ ଶ୍ରୀଲଙ୍କା ଭଳି ସ୍ଥିତି ହେବ।

କାହା ସ୍ୱାର୍ଥରେ ଟାଟା ପାଓ୍ୱାର। କାହା ସ୍ୱାର୍ଥରେ ସରକାର। ସରକାରଙ୍କ ଲାଗି ଉପଭୋକ୍ତାଙ୍କ ସ୍ୱାର୍ଥ ବଡ଼ ନା ଟାଟା ପାଓ୍ୱାରର ସ୍ୱାର୍ଥ ବଡ଼। ତଣ୍ଟି ଚିପି ବିଲ୍ ଆଦାୟ କରୁଛି ଟାଟା। ବିଜୁଳି ଉତ୍ପାଦନରେ ବଳକା ରାଜ୍ୟ ସତ୍ତ୍ୱେ କାହିଁକି ଉପଭୋକ୍ତାଙ୍କଠୁ ଅଧିକ ଦେୟ ଆଦାୟ କରାଯାଉଛି। ଜାତୀୟ ହାର ୟୁନିଟ୍ ପିଛା ୫ଟଙ୍କା୧୧ ପଇସା ଥିଲା ବେଳେ ଓଡ଼ିଶାରେ ୫ ଟଙ୍କା ୨୨ ପଇସା ରହିଛି। ସରକାର କମ୍ପାନୀ ପ୍ରୀତିରେ ଏମିତି ଉବୁଟୁବୁ ଯେ, ୨୩ ବର୍ଷ ହେଲା ସୁଲଭ ମୂଲ୍ୟରେ ଉପଭୋକ୍ତାଙ୍କୁ ନିରବିଛିନ୍ନ ଗୁଣାତ୍ମକ ବିଜୁଳି ଯୋଗାଣ ସମ୍ଭବ ହେଉନି। ଦିଲ୍ଲୀ ମାଗଣାରେ ବିଜୁଳି ଦେଉଛି। ତେଲେଙ୍ଗାନା, ଆନ୍ଧ୍ର, ଝାଡ଼ଖଣ୍ଡ, ଛତିଶଗଡ଼, ଗୋଆ, ମଧ୍ୟପ୍ରଦେଶ ଶସ୍ତାରେ ବିଜୁଳି ଦେଉଛି। ତା ହେଲେ ବିଜୁଳି ସଂସ୍କାର ଆଣିଥିବା ପ୍ରଥମ ରାଜ୍ୟ ଓଡ଼ିଶାରେ କାହିଁକି ଏହା ହେଉନି। ଟାଟା ପାଓ୍ୱାର ମାଲେମାଲ୍ ହେଉଛି। ଉପଭୋକ୍ତାଙ୍କ ଉପରେ ବୋଝ ପଡ଼ୁଛି। ବଣ୍ଟନ ଓ ବିତରଣ ବ୍ୟବସ୍ଥିତ ହୋଇପାରିଲାନି। ଦିଲ୍ଲୀ , ପଞ୍ଜାବ ଭଳି ଓଡ଼ିଶା ସରକାର ଉପଭୋକ୍ତାଙ୍କୁ ୨ଶହ ୟୁନିଟ୍ ଯାଏ ମାଗଣା ବିଜୁଳି ଦିଅନ୍ତୁ। ଟାଟା ପାଓ୍ୱାର ମାଲେମାଲ୍, କିନ୍ତୁ ସରକାର ବେହାଲ ଶୀର୍ଷକ ମୁଲତବୀ ଆଲୋଚନା ବେଳେ ବିରୋଧୀ ଏମିତି ବାଗରେ ବର୍ଷିଛନ୍ତି ସରକାରଙ୍କ ଉପରେ।

ସେପଟେ ଶକ୍ତି ମନ୍ତ୍ରୀ କହିଛନ୍ତି, ବିଦ୍ୟୁତ୍ ପରିବହନଜନିତ କ୍ଷତି ନିୟନ୍ତ୍ରଣ କରିବାରେ ସଫଳତା ମିଳିଛି। ଗଲା ୨୩ ବର୍ଷ ଭିତରେ ଏହି କ୍ଷତି ୫୭ ପ୍ରତିଶତରୁ ୨୬ ପ୍ରତିଶତକୁ ଖସିଛି। ୨୩ରେ ଉପଭୋକ୍ତାଙ୍କ ସଂଖ୍ୟା ୯୮ଲକ୍ଷରେ ପହଞ୍ଚିଲାଣି। ସେହି ଅନୁପାତରେ ଚାହିଦା ବି ୨୭ହଜାର୪ଶହ ମିଲିୟନ ୟୁନିଟକୁ ବୃଦ୍ଧି ପାଇଛି। ମାଗଣାରେ ଦେଲେ ଶ୍ରୀଲଙ୍କା ଭଳି ସ୍ଥିତି ଉପୁଜିବ। ୪ଟି ବିଦ୍ୟୁତ ବଣ୍ଟନ କମ୍ପାନୀର ୫୧ ପ୍ରତିଶତ ଅଂଶଧନ ଟାଟା ପାଓ୍ୱାରକୁ ହସ୍ତାନ୍ତର ହୋଇଛି। ବାକି ୪୯ ପ୍ରତିଶତ ସରକାର ଗ୍ରୀଡକୋ ମାଧ୍ୟମରେ ରଖିଛନ୍ତି। ପ୍ରଥମ ୫ ବର୍ଷରେ ୫ହଜାର ୬୪୦କୋଟି ଟଙ୍କା ବିଦ୍ୟୁତ୍ ବିତରଣ ଓ ଭିତ୍ତିଭୂମି ବିକାଶ ପାଇଁ ନିବେଶ କରିବେ ଓ ଆଗାମୀ ୧୦ବର୍ଷ ପାଇଁ ବିଦ୍ୟୁତ ପରିବହନ କ୍ଷତି କମାଇବେ। ସର୍ବନିମ୍ନ ହଜାରେ କୋଟି ଟଙ୍କାର ପୁରୁଣା ବକେୟା ଆଦାୟ କରିବେ। ଶୁଳ୍କ ଓଇଆରସି ନିର୍ଧାରଣ କରୁଛନ୍ତି। ଗ୍ରୀଡକୋ ପାଖରେ ୧୨ଶହ କୋଟି ଟଙ୍କା ଜମା କରିଛନ୍ତି ୪ଟି ଡିସକମ୍।

ଟାଟା ପାଓ୍ୱାର ଯେଭଳି ବାଗରେ ଜୋରଜୁଲୁମ୍ ବିଜୁଳି ଆଦାୟ କରୁଛି, ତାକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଥିଲା ବିରୋଧୀଙ୍କ ଭିତରେ।

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *