ସେନା କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ସମାବେଶ

() ଗୋପାଳପୁର ଆର୍ମୀ ଏୟାର ଡିଫେନସ କଲେଜ ପରିସରରେ ସ୍ଥଳ ସେନାର ଅବସର ପ୍ରାପ୍ତ କର୍ମଚାରୀଙ୍କ ସମାବେଶ-୨୦୨୩ ଅନୁଷ୍ଠିତ । ଏଥିରେ ଓଡ଼ିଶାର ୭ ଶହ ୫୦ରୁ ଉର୍ଦ୍ଧ୍ୱ ଅବସରପ୍ରାପ୍ତ ସେନା କର୍ମଚାରୀ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ସେନା କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରାଯାଇଛି । ଏହାସହ ଦେଶ ମାତୃକାର ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିବା ୮୦ ବର୍ଷରୁ ଉର୍ଦ୍ଦ୍ୱ କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ଦ୍ଦିତ କରାଯାଇଛି ।

ଗୋପାଳପୁର ଆର୍ମୀ ଏୟାର ଡିଫେନସ କଲେଜ ପରିସରରେ ସ୍ଥଳ ସେନାର ଅବସର ପ୍ରାପ୍ତ କର୍ମଚାରୀଙ୍କ ସମାବେଶ-୨୦୨୩ ଅନୁଷ୍ଠିତ । ଏହି ସମାବେଶକୁ ଆର୍ମୀ ଏଡି କଲେଜର କମାଣ୍ଡାଣ୍ଟ ଲେପଣ୍ଟାଣ୍ଟ ଜେନେରାଲ ୟୁ.ଭି. ତଲୁର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ  ।  ତେବେ ବିଭିନ୍ନ ସମୟରେ ସେନା କର୍ମଚାରୀ ମାନେ ଅବସର ନେବା ପରେ ବିଭିନ୍ନ ସମସ୍ୟାରେ ପଡିଥାନ୍ତି । ତେବେ ସମସ୍ୟାର ସମାଧାନ ପାଇଁ ସେନା ପକ୍ଷରୁ ପ୍ରତି ବର୍ଷ ଏଭଳି ସମାବେଶର ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ସମାବେଶରେ ରାଜ୍ୟର ୭ ଶହରୁ ଅଧିକ ଅବସରପ୍ରାପ୍ତ କର୍ମଚାରୀ ଯୋଗ ଦେଇଥିଲେ  ।  ଏଥିସହ ୮୦ ବର୍ଷରୁ ଅବସରପ୍ରାପ୍ତ ସେନା କର୍ମଚାରୀ, ଦେଶ ପାଇଁ ସହୀଦ ହୋଇଥିବା ପରିବାର ବର୍ଗଙ୍କୁ ସମ୍ୱର୍ଦ୍ଦିତ କରାଯାଇଥିଲା। ଦୀର୍ଘ ଦିନ ପରେ ଏଭଳି ସମାବେଶ ଆୟୋଜନ ହୋଇପାରୁଥିବାରୁ ଆୟୋଜକ ବେଶ ଉତ୍ସାହିତ ଅଛନ୍ତି  ।..

ଏଭଳି ସମାବେଶ ଦ୍ୱାରା ନିଜର ସମସ୍ୟା ଉପସ୍ଥାପନା କରିବା ସହ ବିଭିନ୍ନ ବିଭାଗର ସମସ୍ତ ସମସ୍ୟା ଗୋଟିଏ ସ୍ଥାନରେ ସମାଧାନ ହୋଇପାରିଛି। ଏନେଇ ଅବସରପ୍ରାପ୍ତ ସେନା କର୍ମଚାରୀ ମାନେ ବେଶ ଖୁସି ଅଛନ୍ତି। ଜିଲ୍ଲାରେ ଥିବା ସୈନିକ ବୋର୍ଡରେ ସମ୍ପାଦକ ନଥିବାରୁ ଅବରସରପ୍ରାସ୍ତ କର୍ମଚାରୀ ମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତୁରନ୍ତ ଏହି ପଦବୀ ପୁରଣ କରିବା ଲାଗି ଦାବୀ କରିଛନ୍ତି ଅଖିଲ ଭାରତୀୟ ପୂର୍ବ ସୈନିକ ସେବା ପରିଷଦର ସଭାପତି ।

ତେବେ ଏହି ଅବସରରେ ସେନା କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ଏକ ପୁସ୍ତର ରିସ୍ତେର ଶୁଭ ଉନ୍ମୋଚନ ହୋଇଥିଲା ।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *