ମୌଳିକ ସୁବିଧାରୁ ବଞ୍ଚିତ ତେନ୍ତୁଳିଖୁଣ୍ଟି ବ୍ଲକ

ନବରଙ୍ଗପୁର: ଗାଁର ଉନ୍ନତି ପାଇଁ ପ୍ରତିବାଦ କରି ଭୋଟ ବର୍ଜନ ପରେ ମିଳିଥିଲା ବିକାଶର ପ୍ରତିଶ୍ରୁତି। ମାତ୍ର ବର୍ତ୍ତମାନ ସୁଦ୍ଧା ତାହା ରୂପ ନେଇ ନାହିଁ। ଏହାକୁ ନେଇ ତାତିଛନ୍ତି ଗ୍ରାମବାସୀ। ଯଦି ଗାଁର ବିକାଶ କରିପାରୁନ ତାହେଲେ ଗାଁ ଛାଡି ଆନ୍ଧ୍ରପ୍ରଦେଶ ଚାଲିଯିବୁ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।

ସ୍ୱାଧୀନତାର ୭୦ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲଦିପଦର ଓ ବରଡ଼ାଯୋଡି ଗାଁ। ବଣଜଙ୍ଗଲ ଘେରା ପାହାଡ଼ ମଧ୍ୟରେ ଅବସ୍ଥିତ ଏହି ଦୁଇଟି ଗ୍ରାମର ସମସ୍ୟାର ସମାଧାନ ନେଇ ପ୍ରଶାସନ ନିକଟରେ ଦ୍ବାରସ୍ଥ ହୋଇ ମଧ୍ୟ ଫଳ ଶୂନ। ଗାଁକୁ ସଂଯୋଗ କରୁଥିବା ରାସ୍ତା ଅତ୍ୟନ୍ତ ଶୋଚନୀୟ। ଯାହାଦ୍ବାରା ଦୁର୍ବିସହ ଜୀବନ ଅତିବାହିତ କରୁଛନ୍ତି ଗ୍ରାମବାସୀ। କେବଳ ରାସ୍ତା ନୁହେଁ ପାନୀୟ ଜଳ ପାଇଁ ବି ନାଳ ପାଣି ବ୍ୟବହାର କରୁଛନ୍ତି। ଯାହାଦ୍ବାରା ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟବରଣ ମଧ୍ୟ କରୁଛନ୍ତି। ପରିବାର ପ୍ରତିପୋଷଣ ପାଇଁ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରିନ୍ତି ଏଠାକାର ବାସିନ୍ଦା। ଏପରିକି ମନରେଗା ଯୋଜନାରେ କୌଣସି ଗ୍ରାମବାସୀଙ୍କୁ ଜଡ଼ିତ କରାଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ରାସ୍ତା,ପାନୀୟ ଜଳ ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ପାଇଁ ଉଭୟ ଗ୍ରାମବାସୀ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ। ଯାହାର ସିଧାସଳଖ ଖବର ପ୍ରସାରଣ ଆମେ କରିଥିଲୁ। ଏବଂ ଏହାର ସମାଧାନ ଦିଗରେ ପ୍ରଶାସନିକ ସ୍ଥରରେ ପ୍ରତିଶୃତି ମଧ୍ୟ ମିଳିଥିଲା। କିନ୍ତୁ ପଞ୍ଚାୟତ ନିର୍ବାଚନକୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କୌଣସୀ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଯଦି ଏନେଇ ସରକାର କୌଣସୀ ପଦକ୍ଷେପ ନନିଅନ୍ତି, ତେବେ ଆଗାମୀ ଦିନରେ ଗାଁ ଛାଡି ଆନ୍ଧ୍ରପ୍ରଦେଶ ଚାଲିଯିବା ସହ ପୁନର୍ବାର ଭୋଟ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗାଁ ଲୋକେ। ସେପଟେ ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବା ବୋଲି କହିଛନ୍ତି ବିଡିଓ।

ନିର୍ବାଚନ ପରେ ନିର୍ବାଚନ ଆସୁଛି ଏବଂ ଉଭୟ ଗାଁର ବିକାଶ ପାଇଁ ପ୍ରତିଶ୍ରୁତି ମିଳୁଛି। କିନ୍ତୁ ନିର୍ବାଚନ ପରେ ସମସ୍ତେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଉଛନ୍ତି। ବର୍ତ୍ତମାନ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।

ରବି ପଟ୍ଟନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *