ଫାଇଭ-ଟି ର କିଏ ଉଦ୍ଭାବକ?

() ରାଜ୍ୟର ସରକାରୀ ସ୍କୁଲର ମାନାଙ୍କ ବୃଦ୍ଧି କରିବା ଲକ୍ଷ୍ୟରେ ସରକାର ଫାଇଭ- ଟି ସହ ସ୍କୁଲଗୁଡିକୁ ସଂଯୋଗ କରାଯାଇଥିଲା। ଯେମିତି ଫାଇଭ-ଟି ନଜରରେ ରହିବ ସ୍କୁଲ।  ଫାଇଭ-ଟି ସ୍କୁଲ ରୂପାନ୍ତରୀକରଣ ନାଁରେ ପିଲାଙ୍କ ଭବିଷ୍ୟତ ଅନ୍ଧକାରରେ। ଏ ସମ୍ପର୍କିତ ମୁଲତବୀ ଆଲୋଚନା ବେଳେ ଫାଇଭ-ଟି କୁ ନେଇ ସିଧା ନିଶାନା ଲଗାଇଛନ୍ତି ବିରୋଧୀ ଦଳ। ଫାଇଭ-ଟି ର ଚିନ୍ତାଧାରା ଯଦି ପ୍ରଶାସନିକ ମଡେଲ୍। ତେବେ ଏହାର ଉଦ୍ଭାବକ କିଏ ବୋଲି ପଚରାଯାଇଛି। ଡ୍ରପ୍ ଆଉଟରେ ଆଗରେ ରହିଛି ଓଡ଼ିଶା। ଏହା ସହ ସ୍କୁଲ ରଙ୍ଗକୁ ନେଇ ଆପତ୍ତି ଉଠାଇଛନ୍ତି ବିରୋଧୀ। ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଡ୍ରପ୍‌ ଆଉଟରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଭଲ ସ୍ଥିତିରେ ଅଛି। ସ୍କୁଲର ସର୍ବାଙ୍ଗୀନ ଉନ୍ନତିରେ ଫାଇଭ-ଟି ମଡେଲ୍ ଦୃଷ୍ଟାନ୍ତ ସାଜିଛି।

ଫାଇଭ-ଟି ଜରିଆରେ ସ୍କୁଲର ବିକାଶ ହେଉଥିବା କହୁଛନ୍ତି ସରକାର। କିନ୍ତୁ ଏହି ଫାଇଭ-ଟିର ଜନକ କିଏ। ଏହାର ଉଦ୍ଭାବକ କିଏ। ସେ ଜଣେ ଶିକ୍ଷାବିତ, ବୈଜ୍ଞାନିକ, ଜ୍ଞାନପୀଠ ପୁରଷ୍କାର ବିଜେତା ନା ନୋବେଲ୍ ବିଜେତା? ଯଦି ଫାଇଭ-ଟି ସ୍କୁଲ ରୂପାନ୍ତରୀକରଣ ଯୋଜନାରେ ସ୍ୱଛତା ବଜାୟ ରହୁଥିବାର ସରକାର ପ୍ରମାଣ ଦେବେ, ତେବେ ଫାଇଭ-ଟିର ଅନ୍ୟ ଚାରୋଟି ଟି କୁ ବି ବିରୋଧୀ ଗ୍ରହଣ କରିନେବେ। ଆଗ ଗୋଲାପୀ ରଙ୍ଗ ଦେଲେ। ତା ପରେ ପାକିସ୍ତାନୀ ପତାକାର ରଙ୍ଗ ଦେଲେ ସରକାର। ରଙ୍ଗରେ ଏତେ ଖର୍ଚ୍ଚ କେଉଁ ଅର୍ଥରେ ହେଲା। ନା କେବଳ ଭୋଟ ବ୍ୟାଙ୍କ ଲାଗି ଫାଇଭ-ଟି ଆଳରେ ସ୍କୁଲକୁ ନୂଆ ରୂପ ଦେବାର ଯୋଜନା ଚାଲିଛି କହି ବର୍ଷିଛନ୍ତି ବିରୋଧୀ। ଫାଇଭ-ଟିରେ ଖାଲି ହାଇସ୍କୁଲ କାହିଁକି। ପ୍ରାଥମିକ ଓ ମାଧ୍ୟମିକ ସ୍କୁଲକୁ ବି ସାମିଲ କରାଯାଉ। ସେପଟେ ବିଜେପି ଫାଇଭ-ଟି ସ୍କୁଲ କାନ୍ଥର ସବୁଜ ରଙ୍ଗକୁ ପାକିସ୍ତାନୀ ରଙ୍ଗ ସହ ତୁଳନା କରିଥିବାରୁ ଏହାକୁ ବିରୋଧ କରିଥିଲେ ନରସିଂହ ମିଶ୍ର। ବିଜେଡିର ଦଳୀୟ ରଙ୍ଗ ସହ ମିଶୁଛି କହିଲେ ଆପତ୍ତି ନାହିଁ ବୋଲି କହିଥିଲେ।

ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଫାଇଭ-ଟି ଜରିଆରେ ସ୍କୁଲର ସର୍ବାଙ୍ଗୀନ ବିକାଶ ଜାରି ରହିଛି। ଏଯାବତ ୩ଟି ପର୍ଯ୍ୟାୟରେ ମୋଟ୍ ୬ହଜାର୮୭୨ ହାଇସ୍କୁଲକୁ ସାମିଲ୍ କରାଯାଇଛି। ଏଥିଲାଗି ୩ହଜାର ୪୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ବି ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ରିପୋର୍ଟରେ ଶ୍ରେଷ୍ଠ ୧୦ଟି ରାଜ୍ୟ ଭିତରେ ଓଡ଼ିଶାକୁ ରଖିଛି। ବିଦ୍ୟାଳୟ ରୂପାନ୍ତରଣ କେବଳ ଭିତ୍ତିଭୂମିର ବିକାଶରେ ସୀମିତ ନୁହେଁ। ଶିକ୍ଷକ ନିଯୁକ୍ତି ବି ଏହାର ଅବିଛେଦ୍ୟ ଅଙ୍ଗ ବୋଲି ଯୁକ୍ତିବାଢିଛି ଶାସକ ଦଳ।  

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *