ପୁରୀ : ପରିବେଶକୁ ପରିଷ୍କାର ଓ ସୁସ୍ଥ ରଖିଲେ ମାନବ ସମାଜ ସୁସ୍ଥ ରହିବ । ପୁରୀ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ କ୍ଷେତ୍ର ଭାବରେ ବେଶ୍ ପରିଚିତ । ତେଣୁ ପୁରୀ ସମୁଦ୍ର ବେଳାଭୂମିକୁ ସ୍ୱଛ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି । ଆଜି ପ୍ରତ୍ୟୁଷରୁ ବାଙ୍କି ମୁହାଣ ଠାରୁ ଚକ୍ରତୀର୍ଥ ବିଚ୍ ପର୍ଯ୍ୟନ୍ତ ଅଂଚଳକୁ ସ୍ୱଛତା ହିଁ ସେବା କରାଯାଇଥିଲା । ଏଥିରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଡିଏଫଓ ପି. ରାମସାମୀ, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଏସିଏଫ ଉତମ ଗଡ଼ନାୟକ, ଏଡିଏମଓ ଡା. ବିରଜା ଶଙ୍କର ରଥ, ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର, ରାକେଶ କୁମାର ପଣ୍ଡା, ଅତିରିକ୍ତ ପୌରନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, କ୍ରିଡ଼ା ଅଧିକାରୀ ଚନ୍ଦନ ସାହୁ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଘୁନାଥ ସେଠୀ, ଏନସିସି ବାଟାଲିୟନର ଅଧିକାରୀ, ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇ ସଫେଇରେ ସାମିଲ ହୋଇଥିଲେ ।
ଏହି ଅବସରରେ ତାଳବଣିଆ ସ୍ପୋର୍ଟସ ଗ୍ରାଉଣ୍ଡ ଠାରୁ ଚକ୍ରତୀର୍ଥ ବିଚ୍ ପର୍ଯ୍ୟନ୍ତ ସଚେତନତା ଉଦ୍ଦେଶ୍ୟରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ନିଜ ପରିସର ଓ ବେଳାଭୂମି ସ୍ୱଛ ରଖିବାକୁ ଶପଥ ପାଠ କରାଯାଇଥିଲା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now