୧୧ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ

Spread the love

ଭୁବନେଶ୍ୱର : ଅସହ୍ୟ ତାତିରେ ସିଝୁଛି ସାରା ଓଡିଶା । ଟାଣ ଖରା ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲେଣି । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିପାରେ । ତେବେ ସ୍ଥାନେ ସ୍ଥାନେ କାଳବୈଶାଖୀ ପ୍ରଭାବରେ ବର୍ଷା ସାମୟିକ ଆଶ୍ୱସ୍ତି ଦେଇପାରେ । ସୋମବାର ଦିନ ୧୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଯାହା ମଧ୍ୟରୁ ୧୧ ସହରର ତାପମାତ୍ରା ୪୨ ଡିଗ୍ରୀ ବା ତା ଠାରୁ ଅଧିକ ଥିଲା । ସମ୍ବଲପୁର ସହରରେ ସର୍ବାଧିକ  ୪୩.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ବୌଦ୍ଧ ୪୩, ହିରାକୁଦ ୪୨.୬ , ଝାରସୁଗୁଡା ଓ ସୁନ୍ଦରଗଡରେ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *