କେନ୍ଦୁଝରର ପ୍ରୟାସ ସେବା ଗ୍ରାମରେ ଲୋକାର୍ପିତ ହେଲା ରେଡିଓ ଜୁହାର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ରଘୁନାଥପୁର ପଂଚାୟତ ର ପାହାଡ ଜଙ୍ଗଲ ଘେରା ଏକ ଅଖ୍ୟାତ ପଲ୍ଲୀ ଖମଣଗୋଡାସାହୀ ର ପ୍ରୟାସ ସେବା ଗ୍ରାମରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଲୋକାର୍ପିତ ହୋଇଛି ରେଡିଓ ଜୂହାର । ଏହି ରେଡିଓ ଜୁହାର ହେଉଛି ୯୦.୦ ଏଫ.ଏମ ଗୋଷ୍ଠୀ ବେତାର କେନ୍ଦ୍ର ଏବଂ ଜିଲ୍ଲାର ତୃତୀୟ ବେତାର କେନ୍ଦ୍ର । ଏହି ବେତାର କେନ୍ଦ୍ର ସହ ଗ୍ରାମାଚଂଳ ଲୋକମାନଙ୍କୁ ଜଡିତ କରାଇବା ସହ ଏହା ମାଧ୍ୟମରେ ଗ୍ରାମାଚଂଳର ଲୁକାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ଏବଂ ଗ୍ରାମାଚଂଳର ବିଭିନ୍ନ ବର୍ଗର ଲୋକଙ୍କୁ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକ ସହ ଯୋଡିବା ସହ ସହାୟତା ତଥା ଫାଇଦା ପହଂଚାଇବା ଦିଗରେ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ସଦ୍‌ଭାବନାର ଏହା ଏକ ଅଭିନବ ପ୍ରୟାସ । ସରକାର ଓ ବିଶେଷ କରି ଅନଗ୍ରସର ଲୋକମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ରେଡିଓ ଜୁହାର ବେଶ ସହାୟକ ହେବ ବୋଲି ବିଶ୍ୱାସ ରଖିଛନ୍ତି ଅନୁଷ୍ଠାନର ଚଣ୍ଡି ପ୍ରସାଦ ପଟ୍ଟନାୟକ । ରେଡିଓ ଜୁହାର ର ଲୋକାର୍ପଣ ଉତ୍ସବରେ ଜିଲ୍ଲା ପରିଷଦର ସଭାପତି ସାଗରିକା ସାହୁ , ସଦର ବିଧାୟକ ମୋହନ ଚରଣ ମାଝୀ , କେନ୍ଦୁଝର ବାର ଆସୋସିଏସନ ସଭାପତି ଆଶିଷ ଚକ୍ରବର୍ତୀ କେନ୍ଦୁଝରଗଡ ପୈାରପାଳିକାର ଅଧ୍ୟକ୍ଷ ନିକୁ ସାହୁ , ଅଲ ଇଣ୍ଡିଆ ରେଡିଓ ସମ୍ବଲପୁର ଓ କଟକ ଜୋନ ର ଉପ ନିର୍ଦ୍ଦେଶକ ଡ. ଏସ. ଏ ନ. ପଟ୍ଟନାୟକ , ଓଡିଶା ରାଜ୍ୟ ଗୋଷ୍ଠୀ ଭିତିକ ବେତାର କେନ୍ଦ୍ରର ସଭାପତି ଅବଦୁଲ ସଫିକ , ରେଡିଓ ନମସ୍କାର ଅଧ୍ୟକ୍ଷ ଏନ. ଏ. ଶାହ ଆନସାରୀ , ରେଢିଓ ଗୁଞ୍ଜନ ବରଗଡ ର ନିର୍ଦ୍ଦେଶକ ନିହାର ରଞ୍ଜନ ପଣ୍ଡା , ବରିଷ୍ଠ ଷ୍ଟୁଡିଓ ଓ ସାଉଣ୍ଡ ଡିଜାଇନର ପିଟୁଂ ମିଶ୍ର , ବିଶିଷ୍ଟ ସିନେମା ଓ ଟି.ଭି କଳାକାର ବୀରେନ ମିଶ୍ର ଓ ଶକ୍ତି ବରାଳ , ଶ୍ରୀ ସୁରେଶ କୁମାର , ଗୁଞ୍ଜ , ନୁଆଦିଲ୍ଲୀ , ବିଶିଷ୍ଟ ସାମ୍ବାଦିକ , ସମାଜସେବୀ , ପୁରୀ , ବିଜୟ ପଟ୍ଟନାୟକ , ବିଶିଷ୍ଟ ବରିଷ୍ଠ ସାମ୍ବାଦିକ ବିଭୁତି ପଟ୍ଟନାୟକ , ବିରିଷ୍ଠ ସାମ୍ବାଦିକ ବିନୟ ଭୁଷଣ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ରେଡିଓ ଜୁହାରର ଏ ହି ଲୋକାର୍ପଣ ଉତ୍ସବରେ ସମାଜର ବିଭିନ୍ନ କ୍ଷେତ୍ରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୩୦ ଜଣ ଜଣ ଯୁବ ପ୍ରତିଭାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଦିତ କରାଯିବା ଅବସରରେ ସମସ୍ତଙ୍କୁ ବୃକ୍ଷ ରୋପଣ ଉଦ୍ଦେଶ୍ୟରେ ଚାରା ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ବୃକ୍ଷ ଦେବତାଙ୍କୁ ଜଳ ଅର୍ପଣ କରାଯାଇ ଲୋକାର୍ପଣ ଉତ୍ସବ ଆରମ୍ଭ ହୋଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *