ଜିଲ୍ଲା ନୋଡାଲ ସଚିବ ଭୂପିନ୍ଦ୍ର ସିଂ ପୁନିଆଁ, ପରିଚାଳନା ନିର୍ଦେଶକ ଇପିକଲ, ଓଡିଶାଙ୍କ ୨ ଦିନିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ୱରେ ଥିବା ଜିଲ୍ଲା ନୋଡାଲ ସଚିବ ଭୂପିନ୍ଦ୍ର ସିଂ ପୁନିଆଁ, ପରିଚାଳନା ନିର୍ଦେଶକ ଇପିକଲ, ଓଡିଶା ୨ଦିନିଆ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ପହଂଚିଛନ୍ତି । ସେ ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଂଚଳରେ ଚାଲୁଥିବା ସରକାରଙ୍କ ଅତ୍ୟନ୍ତ ପ୍ରାଧାନ୍ୟ ଜନ କଲ୍ୟାଣ କାର୍ଯ୍ୟକ୍ରମ ର କ୍ଷେତ୍ର ପରିଦର୍ଶନ କରିବା ସହ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଉକ୍ତ ଯୋଜନା ଗୁଡିକର ସମୀକ୍ଷା କରିଛନ୍ତି କ୍ଷ ସେଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କରିଥିବା ବେଳେ ମହିଳା ସ୍ୱୟଂ ସହାୟକ ମାଁ ମାନଙ୍କ ଦ୍ୱାରା ପରିଚାଳିତ ଛତୁଆ ବଣ୍ଟନ କେନ୍ଦ୍ର, ବାଓ ଫ୍ଲାକ ମତ୍ସ୍ୟ ଚାଷ, ଛତୁ ଚାଷ ଓ ମଞ୍ଜି ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରି କେନ୍ଦ୍ରରେ ସଦସ୍ୟା, ଖାଉଟି ତଥା ହିତାଧିକାରୀଙ୍କ ସହକେନ୍ଦ୍ରର ପରିଚାଳନାଗତ ସୁବିଧା ଅସୁବିଧା ତଥା ଖାଉଟି ଦ୍ରବ୍ୟ ର ସଠିକ ଉପଲବ୍ଧତା ଓ ଗୁଣାତ୍ମକମାନ ସମ୍ପର୍କରେ ପଚାରି ବୁଝିବା ସହ ମତବିନିମୟ । ଜିଲ୍ଲାର ବେରୋଜଗାରୀ ଯୁବକ ଯୁବତୀଙ୍କୁ ଆର୍ôଥକ ସ୍ୱାବଲମ୍ବୀ ତଥା ଜିଲ୍ଲାର ବିକାଶ ରେ ଯୋଡି ହେବାକୁଥିବା ନିର୍ମାଣଧୀନ ଏମ ଏସ ଏମ ଇ ପାର୍କ,ପ୍ରଥମ ଶସ୍ୟ ଭିତିକ ନିର୍ମାଣଧୀନ ଇଥାନେଲ ପ୍ଲାଂଟଙ୍କୁ ମଧ୍ୟ ପରିଦର୍ଶନରେ ଯାଇଥିଲେ । ପୁନଶ୍ଚ ଜିଲ୍ଲାର ୫ଞ ଉପକ୍ରମରେ ରୂପାନ୍ତରଣ ବିଭିନ୍ନ ଉଚ୍ଚବିଦ୍ୟାଳୟର ପରିଦର୍ଶନ, ସ୍ୱାସ୍ଥ୍ୟ ଭିତିଭୂମି ତଥା ପରିଚାଳନା ଓ ନିରାମୟ ଯୋଜନାର ସୁ ବିନିଯୋଗ ର ସ୍ଥିତି ଓ ବ୍ୟବସ୍ଥା ନିମନ୍ତେ ଜିଲ୍ଲାର ଏମ ସି ଏଚ ଓ ସି ଏଚ ସି ପରିଦର୍ଶନ କରି ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି । ସଚିବ କ୍ଷେତ୍ର ପରିଦର୍ଶନରେ ଅଙ୍ଗନବାଡି କେନ୍ଦ୍ର, କ୍ଲଷ୍ଟର ବୋରୱେଲ ସିଷ୍ଟମ , ପାଇପ ୱାଟର ସପ୍ଲାଇ ପ୍ରୋଜେକ୍ଟ ପ୍ରଭୁତି ପରିଦର୍ଶନ କରିବା ସହ ସ୍ଥାନୀୟ ହିତାଧିକାରୀଙ୍କ ସହ ଭାବ ବିନିମୟ କରିଛନ୍ତି । ପରେ ପରେ ଆଜି ପୂର୍ବାହ୍ନ ୧୧.୩୦ ମି ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦାନ କରି ଜିଲ୍ଲାର ବିକାଶ ତଥା ସରକାରଙ୍କ ପ୍ରତ୍ୟେକ ଲୋକଯୋଜନାଗୁଡିକର ସୁଫଳ ସୁନିଶ୍ଚିତ ଭାବେ ଲୋକଙ୍କ ପାଖରେ ପହଂଚାଇବାକୁ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ସେ ସମୀକ୍ଷା ବୈଠକରେ ଟି ପି ଡବ୍ଲୁ ଓ ଡି ଏଲ ବିଭାଗ ଓ ଏଗ୍ରୋ ଇଣ୍ଡଷ୍ଟ୍ରି ପରସ୍ପର ସମନ୍ୱୟ ରେ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ସମ୍ପୂର୍ଣ କରି ହିତାଧିକାରୀଙ୍କୁ ସୁଫଳ ପ୍ରଦାନ ଉପରେ ନିଶ୍ଚିତ କରିବାକୁ ନିର୍ଦେଶ ଦେଇଛନ୍ତି କ୍ଷ ସେ ଉପସ୍ଥିତ ଅଧିକାରୀଙ୍କୁ ପ୍ରତ୍ୟେକ ବିଭାଗ ନିଜ ନିଜ ବିଭାଗର ପ୍ରକଳ୍ପଗୁଡିକୁ ସମୟ ଅବଧିରେ ଶେଷ କରିବାକୁ ବିଭାଗ ବିଭାଗ ମଧ୍ୟରେ ସୁ ସମନ୍ୱୟ ସହ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ପ୍ରଦାନ କରିଛନ୍ତିକ୍ଷ ନୋଡାଲ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କଁହର,ଆର ଡବ୍ଲୁ ଏସ ଏସ ଏସ ଇ ବିଭୂପ୍ରସାଦ ପଣ୍ଡା, ଏ ଡି ଏମ ଓ ଡାକ୍ତର ଦୈତ୍ୟ ନାରାୟଣ ପାଢ଼ୀ, ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରେଣୁବାଳା ଦାଶ,ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂ, ଶ୍ରମ ଅଧିକାରୀ ଡିଲେଶ୍ୱର ଖାକା, ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ଯୋଜନା ଓ ସଂଯୋଜନା ଅଧିକାରୀ ଚତୁର୍ଭୁଜ ସାହୁ, ଟିପିଡବ୍ଲୁଓଡ଼ିଏଲ ଅଧିକାରୀ, ଇ ଇ ଏଗ୍ରୋ ଇଣ୍ଡଷ୍ଟ୍ରି ଆର ଆର ମିଶ୍ର,ପୌର ପରିଷଦ ନିର୍ବାହୀ ଅଧିକାରୀ ସୂର୍ଯ୍ୟଂଶୁ ରୁଟ,ବି ଡି ଓ ସୋନପୁର ସୌମ୍ୟ ରଞ୍ଜନ ସ୍ୱାଇଁ, ବି ଡି ଓ ଉଲୁଣ୍ଡା କରିସ୍ମା ବେସ୍ରା, ଜିଲ୍ଲା ସଂଯୋଜକ ମିଶନ ଶକ୍ତି କାର୍ତିକ ନାୟକ, ଏମ ଆଇ, ସ୍ଥାନୀୟ ସରପଂଚ, ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *