ଧର୍ମଶାଳା : ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଛି । ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଠାରେ ରାଜୀବ ଗ୍ରାମୀଣ ବିଦ୍ୟୁତ୍ ଯୋଜନାରେ ୩୩/୧୧କେଭି ବିଦ୍ୟୁତ ସବଷ୍ଟେସନ କାର୍ଯ୍ୟ ଚାଲୁ ରହିଥିଲା । ୩ ବର୍ଷ ଧରି କାର୍ଯ୍ୟକ୍ଷମ ନ ହୋଇ ପଡି ରହିଥିବା ବିଦ୍ୟୁତ୍ ସବଷ୍ଟେନ ଆଜି କାର୍ଯ୍ୟକ୍ଷମ ହୋଇଛି । ବରୀ ବିଧାୟିକା ସୁନନ୍ଦା ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇ ନୂତନ ସବଷ୍ଟେସନକୁ ଉଦଘାଟନ କରିଥିଲେ । ବାଲେଶ୍ଵର ଟିପିଏନଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ. ଭାସ୍କର ସରକାର, ଟିପିଏନଡିଏମଲ ମୁଖ୍ୟ ପରିଚାଳନା ଅଧିକାରୀ ଇଂ. ନିଲେସ ଚନ୍ଦ୍ରକାନ୍ତ ପୋଟଫୋଡ, ଯାଜପୁର ଅଧିକ୍ଷଣ ଯନ୍ତ୍ରୀ ବିଦ୍ୟୁତ ମଣ୍ଡଳ ଇଂ. ଅନନ୍ତ ନାରାୟଣ ବିଶୋୟୀ, କୁଆଖିଆ ଏସଡିଓ ଶିତାଶୁଂ ଶେଖର ଶତପଥୀ, ଇଂ. ଆଲୋକ କୁମାର ଦାସ, ଆଡମିନ ଅଫିସର ସୁମନ ସ୍ଵାଗତିକା ଦାସ, ବ୍ରହ୍ମବରଦା ବିଦ୍ୟୁତ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ସାହୁ, ୩୬ ନଂ ଜୋନ ଜିଲା ପରିଷଦ ସଭ୍ୟା ଭାରତୀ ବିଶ୍ଵାଳ, ସରପଞ୍ଚ ମମତା ଶୁଦର୍ଶିନୀ ଦେଓ ଓ ସମତିସଭ୍ୟା ରୁକସାନା ପରୱିନ ପ୍ରମୁଖ ଯୋଗ ଦେଇଥିଲେ । ଏହି ସବଷ୍ଟେସନ କାର୍ଯ୍ୟକ୍ଷମ ହେବା ପରେ ୨୬ କି.ମି. ଦୂରତା ବିଦ୍ୟୁତ୍ ଲାଇନ କମିବା ସହ ଲୋ ଭୋଲଟେଜ ସମସ୍ୟାରୁ ୨୦ ଗୋଟି ପଞ୍ଚାୟତବାସୀ ଉପକୃତ ହୋଇପାରିବେ । ଏଥି ସହ ଆଉ ଏକ ନୂତନ ଟ୍ରାନ୍ସଫର୍ମର ଯୋଗାଇ ଦିଆଯିବ ବୋଲି ଶକ୍ତି ମନ୍ତ୍ରୀ ସୂଚନା ଦେଇଥିଲେ। ଆରମ୍ଭରେ ଶକ୍ତିମନ୍ତ୍ରୀଙ୍କୁ ବ୍ରହ୍ମବରଦା ସେତୁଠାରୁ ଏକ ବିଶାଳ ଶୋଭାଯାତ୍ରାରେ ସବଷ୍ଟେସନ ପର୍ଯ୍ୟନ୍ତ ସ୍ଵାଗତ କରାଯାଇଥିଲା । ବିଦ୍ୟୁତ୍ ବିଭାଗ ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
କାର୍ଯ୍ୟକ୍ରମ ପରିଚାଳନାରେ ଉମାକାନ୍ତ ନାୟକ, ଜତିନ୍ଦ୍ର କର, ପ୍ରସନ୍ନ ସାହୁ, ରିଷଦ କୁମାର, ଅଭିଜିତ ନାୟକ, ଗୌରାଙ୍ଗ ବାରିକ ଓ ବିଜୟ ବାରିକଙ୍କ ସମେତ ସମସ୍ତ ବିଦ୍ୟୁତ୍ କର୍ମଚାରୀ ସହଯୋଗ କରିଥିଲେ ।
ପରେ ବ୍ରହ୍ମବରଦା ମହାବିଦ୍ୟାଳୟ ପରିସରରେ ବରୀ ବିଧାୟିକା ସୁନନ୍ଦା ଦାସଙ୍କ ସଭାପତିତ୍ଵରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥିଭାବେ ଯୋଗଦେଇ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଥିବା ଶ୍ରେଣୀଗୃହ ଓ ବ୍ରହ୍ମବରଦା ଅଞ୍ଚଳବାସୀଙ୍କୁ ସଂଶୋଧିତ ଜମି ପଟ୍ଟା ବଣ୍ଟନ କରିଥିଲେ । ଦୀର୍ଘ ଦିନ ହେବ ବ୍ରହ୍ମବରଦା ପଞ୍ଚାୟତବାସୀଙ୍କ ଜମି ପଟ୍ଟା ଭୁଲ ରହିଥିଲା । ଯାହାକୁ ନେଇ ଜନସାଧାରଣ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ଏହି କ୍ରମରେ ଆଜି ମନ୍ତ୍ରୀ ଶ୍ରୀ ଦେବ ଜନସାଧାରଣଙ୍କୁ ଜମି ପଟ୍ଟା ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ୩୬ ନଂ ଜୋନ ଜିଲା ପରିଷଦ ସଭ୍ୟା ଭାରତୀ ବିଶ୍ଵାଳ, ବ୍ରହ୍ମବରଦା ସରପଞ୍ଚ ମମତା ଶୁଭଦର୍ଶନୀ ଦେଓ, ସମିତିସଭ୍ୟା ରୁକସାନା ପରୱିନ, ଏଡିଏମ ଦିବ୍ୟଲୋଚନ ମହାନ୍ତି, ରସୁଲପୁର ତହସିଲଦାର ନିରଞ୍ଜନ ସାହୁ, ଏଏସଓ ମନୋରଞ୍ଜନ ପାଣିଗ୍ରାହୀ, ରସୁଲପୁର ଅତିରିକ୍ତ ତହସିଲଦାର ଶୁଭସ୍ମିତା ନାୟକ ଓ ବରିଷ୍ଠ ନେତା କେଦାର ସାମଲ ପ୍ରମୁଖ ଯୋଗ ଦେଇଥିଲେ । ବ୍ରହ୍ମବରଦା ଅଞ୍ଚଳର ୨୪୦୯ଜଣଙ୍କୁ ପର୍ଯ୍ୟାୟ କ୍ରମେ ପଟ୍ଟା ବଂଟନ କରାଯିବ ବୋଲି ଜଣାପଡିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now