ଆଗାମୀ ୭ ଦିନ ପ୍ରବଳ ବର୍ଷିବ…

ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ଆକଳନ କରିଛି ବାରତୀୟହ ପାଣିପାଗ ବିଭାଗ। ଦକ୍ଷିଣ ଭାରତ ସହ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ମୌସୁମୀର ପ୍ରବେଶ କରିବାକୁ ଯାଉଛି। ଉତ୍ତର ଭାରତରେ ପ୍ରାକ ମୌସୁମୀ ବର୍ଷା ହୋଇଛି।  ଉତ୍ତରାଣ୍ଡ, ହିମାଚଳ ପ୍ରଦେଶ, ବିହାର ଆଦି ରାଜ୍ୟରେ ପ୍ରାକ୍ ମୌସୁମୀର ପ୍ରଭାବ ଦେଖିବାକୁ ମଳିଛି। ବିହାରରେ ଆଗାମୀ ଦିନରେ ବର୍ଷାର ଆଶଙ୍କା କରାଯାଉଛି।

ମୌସମ ବିଭାଗ ଅନୁସାରରେ, ରାଜଧାନୀ ପାଟନା, ଭାଗଲପୁର, ଔରଙ୍ଗାବାଦ, ମୋତିହାରୀ ସମେତ ଅଧିକାଂଶ ଯାଗାରେ ଆଗାମୀ ଦିନରେ ଭାରି ବର୍ଷାର ସମ୍ଭାବନା ରହିଛି। ଆଇଏମଡି ଅନୁଯାୟୀ, ଔରଙ୍ଗାବାଦରେ ଆଜିର ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଅଧିକତମ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ରହିଛି।  ଆଗାମୀ ଦିନରେ ସର୍ବାଧିକ ତାପମାତ୍ରା ଏହିପରି ଜାରି ରହିଛି। ରାଜଧାନୀ ପାଟନା ପାଇଁ ମୌସମ ବିଭାଗ ବିଶେଷ ବିଜ୍ଞପ୍ତି ଜାରି କରିଛି। ପାଟନାରେ ପ୍ରବଳ ବର୍ଷା ସହ ଝଡ ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ସହ ଝଡି ତୋଫାନ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଭାଗଲପୁର, ମଧୁବନୀ ଆଦି ଜିଲ୍ଲାରେ ମଧ୍ୟ ଜୁନ ୨୮ ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ବିଭାଗ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *