ଦାଦାବଟିକୁ କେନ୍ଦ୍ର କରି ଗୁଣ୍ଡାରାଜ । ଅସମାଜିକ ଯୁବକମାନେ ଠିକାଦାରକୁ କାମ ବନ୍ଦ କରିବାକୁ ଧମକ ଦେବା ସହ କ୍ୟାମ୍ପରେ ଭଙ୍ଗାରୁଜା କରି କାମ କରୁଥିବା ଶ୍ରମିକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ କଣ୍ଟି ଅଞ୍ଚଳର ଜନୈକ ଠିକାଦାର ଡେଲାଙ୍ଗ ବ୍ଲକ ଗୋଡିପୁଟ ମାଟିଆପଡା ପଂଚାୟତ ଅରାଗଡ଼ରେ ପ୍ରାୟ ୭୦ଲକ୍ଷ ଟଙ୍କାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରୁଥିବା ବେଳେ, କାମବନ୍ଦ କରିବା ଓ ଦାଦା ବଟି ମାଗିବା ଅଭିଯୋଗରେ କିଛି ଅସମାଜିକ ଯୁବକ ମାନେ ଠିକା ସଂସ୍ଥାର ଶ୍ରମିକମାନଙ୍କୁ ମାଡ଼ ମାରିବା ସହିତ କ୍ୟାମ୍ପରେ ଭଙ୍ଗାରୁଜା କରିବା ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now