ଆଜି ପବିତ୍ର ଇଦ୍-ଉଲ୍ଲ-ଜୁହା

ଆଜି ହେଉଛି ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍ଉଲ୍ଲ-ଜୁହା। ସମଗ୍ର ଦେଶରେ ପାଳନ ହେଉଛି ଇଦ୍ଉଲ୍ଲ ଜୁହା। ଇଦ-ଉଲ୍-ଫିତର ପରେ ଏହା ହେଉଛି ମୁସଲମାନଙ୍କର ଦ୍ୱିତୀୟ ବୃହତ୍ତମ ପର୍ବ। ଏହି ଅବସରରେ ଇଦଗା କିମ୍ୱା ମସଜିଦରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ। ବିଭିନ୍ନ ସ୍ଥାନରେ ନମାଜ ପାଠ ହେବା ସହ ପରସ୍ପରକୁ ମୁସଲମାନ ଭାଇମାନେ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଛନ୍ତି। ଘରେ ଘରେ ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ଖୁସି ମନାଇଥାନ୍ତି । ଏହାସହ ମୁସଲମାନ ଲୋକମାନେ ନୂଆ ପୋଷାକ ପରିଧାନ କରି ନମାଜ ପଢିଥାନ୍ତି। ପରେ ଛେଳିକୁ ବଳି ଦେଇଥାନ୍ତି। ସେହିପରି ଦିଲ୍ଲୀର ଜାମା ମସଜିଦରେ ବହୁ ଭିଡ ଜମିଥିବା ଦେଖିବାକୁ ମିଳିଛି। ଏହାସହ ଦେଶର ବିଭିନ୍ନ ସ୍ଥାନରେ ଥିବା ମସଜିଦରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
-ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *