ଚକ୍ରବ୍ୟୁହରେ ଫସିଛନ୍ତି ଦେଶବାସୀ ;ଲୋକସଭାରେ ସରକାରଙ୍କୁ ଘେରିଲେ ରାହୁଲ

ଲୋକସଭାରେ ବିରୋଧି ଦଳର ନେତା ରାହୁଲ ଗାନ୍ଧୀ ସୋମବାର କେନ୍ଦ୍ର ସରକାରଙ୍କୁ କରିଛନ୍ତି ଟାର୍ଗେଟ୍। କେନ୍ଦ୍ର ସରକାରଙ୍କ ଉପରେ ଭାରତକୁ ଅଭିମନ୍ୟୁ ପରି ଚକ୍ରବ୍ୟୁହରେ ଫସାଇବାର ଅଭିଯୋଗ ଲଗେଇଛନ୍ତି ଏବଂ କହିଛନ୍ତି ବିରୋଧି ଗଠବନ୍ଧନ ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟଲ ଇନକ୍ଲୁସିବ୍ ଆଲାୟନ୍ସ (ଇଣ୍ଡିଆ) ଏହି ଚକ୍ରବ୍ୟୁହକୁ ଭାଙ୍ଗିବ।ଲୋକସଭାରେ କେନ୍ଦ୍ରୀୟ ବଜେଟ୍ ଉପରେ ଚର୍ଚ୍ଚାରେ ଭାଗ ନେଇ ଏହି ଦାବି ମଧ୍ୟ କରିଛନ୍ତି ଯେ , ଏହି ବଜେଟ୍ କିଛି ପୁଞ୍ଜିପତିଙ୍କ ଏକାଧିକାର ଓ ଗଣତାନ୍ତ୍ରିକ ଢାଞ୍ଚାକୁ ନଷ୍ଟ କରୁଥିବା ରାଜନୀତିକ ଏକାଧିକାରକୁ ଦୃଢତା ପ୍ରଦାନ କରାଯାଇଛି, ଯାହାକି ଯୁବକ , କୃଷକ ତଥା ମଧ୍ୟମ ବର୍ଗକୁ ଅଣଦେଖା କରାଯାଇଛି।

ବିରୋଧି ଦଳର ନେତା ଭାରତୀୟ ଜନତା ପାର୍ଟି (ବିଜେପି)କୁ ଟାର୍ଗେଟ୍ କରି କହିଛନ୍ତି , ହଜାର ହଜାର ବର୍ଷ ପୂର୍ବେ କୁରୁକ୍ଷେତ୍ରରେ ଅଭିମନ୍ୟୁଙ୍କୁ ଚକ୍ରବ୍ୟୁହରେ ୬ଜଣ ଲୋକ ଫସାଇ ମାରିଥିଲେ …ଚକ୍ରବ୍ୟୁହର ଦ୍ୱିତୀୟ ନାମ- ପଦ୍ମବ୍ୟୁହ , ଯାହା ପଦ୍ମ ଫୁଲ ଆକାରର ହୋଇଥାଏ। ଏହା ଭିତରେ ଭୟ ଓ ହିଂସା ରହି ଥାଏ। ସେ ଦାବି କରିଛନ୍ତି, ଅଭିମନ୍ୟୁଙ୍କୁ ଚକ୍ରବ୍ୟୁହରେ ଫସାଇ ୬ଜଣ ଲୋକ ମାରିଥିଲେ , ତାଙ୍କ ନାଁ ଦ୍ରୋଣାଚାର୍ଯ୍ୟ, କର୍ଣ୍ଣ, ଅଶ୍ୱତ୍ଥମା, କୃପାଚାର୍ଯ୍ୟ, କୃତବର୍ମା ଓ ଶକୁନୀ। ଆଜି ବି ଚକ୍ରବ୍ୟୁହ ରଚୁଥିବା ୬ଜଣ ଲୋକ ଅଛନ୍ତି। କଂଗ୍ରେସ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବ୍ୟତୀତ ଆଉ ୪ଜଣ ଲୋକ (ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ , ସଂଘ ପ୍ରମୁଖ ମୋହନ ଭାଗବତ, ଆଦାନୀ ଓ ଅମ୍ୱାନି) ଙ୍କର ନାଁ ନେଇଛନ୍ତି , ଯାହାକୁ ନେଇ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଆପତ୍ତି କରି ଥିଲେ। ବିର୍ଲା କହିଥିଲେ, ଆପଣ ବିରୋଧି ନେତା , ଆପଣଙ୍କ ପାର୍ଟିର ଉପନେତା (ଗୌରବ ଗୋଗୋଇ) ଲେଖି ଦେଇଛନ୍ତି କି, ଯିଏ ଗୃହର ସଦସ୍ୟ ନୁହଁନ୍ତି , ତାଙ୍କର ନାଁ ନେବା ଉଚିତ୍ ନୁହେଁ।

ଏହା ପରେ ରାହୁଲ ଗାନ୍ଧୀ ଦେଶର ପ୍ରମୁଖ ଉଦ୍ୟୋଗପତିଙ୍କୁ ଏ-୧ ଓ ଏ-୨ କହି ସମ୍ୱୋଧନ କରି ଥିଲେ। ରାହୁଲଗାନ୍ଧୀ ଦାବି କରିଛନ୍ତି , ୨୧ତମ ଶତାବ୍ଦୀରେ ଆଉ ଏକ ଚକ୍ରବ୍ୟୁହ ପ୍ରସ୍ତୁତ କରାଯାଇଛି । ଯାହା ଅଭିମନ୍ୟୁ ସହ ହୋଇଛି, ତାହା ଭାରତ ସହ କରାଯାଉଛି। ସେ ଦାବି ପୂର୍ବକ କହିଛନ୍ତି ଯେଉଁ ପରି ଅଭିମନ୍ୟୁଙ୍କୁ ଚକ୍ରବ୍ୟୁହରେ ଫସା ଯାଇଥିଲା , ଏହିପରି ହିନ୍ଦୁସ୍ତାନକୁ ଫସାଇ ଦିଆ ଯାଇଛି। ଏବଂ କଂଗ୍ରେସ ନେତା କହିଛନ୍ତି, ଇଣ୍ଡିଆ ଗଠବନ୍ଧନ ଏହି ଚକ୍ରବ୍ୟୁହକୁ ଭାଙ୍ଗିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *