ବିଶ୍ୱର ୭୦ ପ୍ରତିଶତ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ

ନୂଆଦିଲ୍ଲୀ: ଭାରତର ୭୦ ପ୍ରତିଶତ ଲୋକ ପାଉନହାଁନ୍ତି ସ୍ବାସ୍ଥ୍ୟକର ଖାଦ୍ୟ । ଏହାର ଅର୍ଥ ହେଉଚି ଦେଶର ୯୭ କୋଟି ରୁ ଅଧିକ ଲୋକଙ୍କୁ ଭଲ ଖାଦ୍ୟ ମିଳୁ ନାହିଁ । ବିଶ୍ବର ପ୍ରତି ୧୦ ପୁଷ୍ଟିହୀନଙ୍କ  ଭିତରୁ ୩ ଜଣ ହେଉଛନ୍ତି ଭାରତୀୟ । ମିଳିତ ଜାତିସଂଙ୍ଘର ରିପୋର୍ଟ ଅନୁଯାୟୀ ଭାରତରେ ୨୨ କୋଟିରୁ ଅଧିକ ଲୋକ ପୁଷ୍ଟିହୀନତାର ଶିକାର ଅଟନ୍ତି ।

 ଚୀନର ଜନସଙ୍ଖ୍ୟା ଭାରତ ତୁଳାନାରେ ଅଧିକ ହୋଇଥିଲେ ବି ସେଠାରେ ଅସ୍ବାସ୍ଥ୍ୟକର ଖାଦ୍ୟ ଗ୍ରହଣ କରିବା ଲୋକଙ୍କ ସଙ୍ଖ୍ୟା ଭାରତୀୟଙ୍କ ତୁଳନାରେ ୫ ଗୁଣା କମ୍ ରହିଛି । ବିଶ୍ବର ସର୍ବାଧିକ ଗହମ ଓ ଚାଉଳ ଉତ୍ପାଦନରେ ଭାରତ ଦ୍ବିତୀୟ ସ୍ଥାନରେ  ରହିଛି । କିନ୍ତୁ ଭାରତରେ ୭୦ ପ୍ରତିଶତରୁ ଅଧିକ ଲୋକ ପୁଷ୍ଟିକର ଖାଦ୍ୟ ପାଇବାରୁ ଅକ୍ଷମ ଥିବା ମିଳିତ ଜାତିସଙ୍ଘର ଖାଦ୍ୟ ସୁରକ୍ଷା ଓ ପୁଷ୍ଟିକର ଖାଦ୍ୟ ୨୦୨୨ ରିପୋର୍ଟରେ ଏହି ସୂଚନା ଦିଆଯାଇଛି ।

 ରିପୋର୍ଟ ଅନୁଯାୟୀ ୨୦୨୦ ସୁଦ୍ଧା ବିଶ୍ବରେ ୩୦୭.୪୨ କୋଟି ଅର୍ଥାତ୍ ବିଶ୍ବର ୪୨ ପ୍ରତିଶତ ଲୋକ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଏହି ରିପୋର୍ଟରେ କୁହାଯାଇଛି କି, ଜଣେ ବ୍ୟକ୍ତି ପ୍ରତିଦିନ ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ ତାକୁ ୨୩୫ ଟଙ୍କା ଖର୍ଚ୍ଚକରିବାକୁ ପଡିଥାଏ। ଭାରତର ସ୍ଥିତିରେ ସୁଧାର ଆସିଥିଲା କିନ୍ତୁ କରୋନା ମହାମାରୀ ପାଇଁ  ଏହା ବାଧିତ ହୋଇଥିଲା। ୨୦୧୭ ରେ ୭୫ ପ୍ରତିଶତ ଭାରତୀୟ ପୁଷ୍ଟିକର ଖାଦ୍ୟ ଗ୍ରହଣ କରୁନଥିଲେ । ୨୦୧୮ ରେ ଏହି ସଙ୍ଖ୍ୟା ୭୧.୫ କୁ ଓ ୨୦୧୯ ରେ ୬୯.୪ କୁ ଖସି ଆସିଛି କିନ୍ତୁ ୨୦୨୨ ରେ ଏହି ସଙ୍ଖ୍ୟା ପୁଣି ୭୦ ପ୍ରତିଶତକୁ ବୃଦ୍ଧି ପାଇଛି । କରୋନ ପାଇଁ ପାଖାପାଖି ୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ସାମାଜିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି। ତେବେ ଏହି ସ୍ଥିତିରେ ସୁଧାର ଆସିବା ପାଇଁ କିଛି ସମୟ ଲାଗିବ ।

 ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *