ବାଂଲାଦେଶ ସୀମାରେ ସ୍ଥିତିକୁ ତଦାରଖ ପାଇଁ ଗୃହ ମନ୍ତ୍ରଣାଳୟ କଲା କମିଟି

ବାଂଲାଦେଶରେ ସୃଷ୍ଟି ପରିସ୍ଥିତିକୁ ନେଇ କମିଟି ଗଠନ କଲେ କେନ୍ଦ୍ର ସରକାର। ଇଣ୍ଡୋ-ବାଂଲାଦେଶ ସୀମାରେ ସାମ୍ପ୍ରତିକ ସ୍ଥିତିକୁ ତଦାରଖ କରିବ କମିଟି। ଏହି କମିଟି ବାଂଲାଦେଶରେ ଥିବା ପ୍ରତିପକ୍ଷ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଭାରତୀୟ ନାଗରିକ, ବାଂଲାଦେଶରେ ଥିବା ହିନ୍ଦୁ ଓ ଅନ୍ୟାନ୍ୟ ଅଳ୍ପସଂଖ୍ୟକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବ। ଇଷ୍ଟର୍ଣ୍ଣ କମାଣ୍ଡ ବିଏସଏଫର ଅତିରିକ୍ତ ଡିଜିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରିଛି ଗୃହ ମନ୍ତ୍ରଣାଳୟ। କମିଟିରେ ଅନ୍ୟ ସଦସ୍ୟମାନେ ହେଲେ ସାଉଥ ବେଙ୍ଗଲ ବିଏସଏଫ ହେଡକ୍ୱାର୍ଟରର ଆଇଜି, ତ୍ରିପୁରା ହେଡ଼କ୍ୱାର୍ଟରର ବିଏସଏଫ ଆଇଜି, ଏଲପିଏଆଇର ସଦସ୍ୟ ଓ ସଚିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *