ହରେ କୃଷ୍ଣ..ହରେ ରାମ ଶୁଣି ନାଚିଲା ମାଙ୍କଡ଼, ଭିଡ଼ିଓ ହେଲା ଭାଇରାଲ

ରାମ ନାମ ଶୁଣି ନାଚିଲା ମାଙ୍କଡ଼ । ଏଭଳି ରୋଚକ ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଭଜନ ଗାଉଥିବା ମହିଳାଙ୍କ ନିକଟକୁ ଆସି ତାଙ୍କ କୋଳରେ ବସିଲା ଏବଂ ଆଲିଙ୍ଗନ କଲା । ମହିଳାଙ୍କ ଭଜନ ତାଳେ ତାଳେ ମାଙ୍କଡଟି ମୁଣ୍ଡକୁ ହଲାଇ ନାଚିବା ସହ ଝୁମି ଉଠିଲା ।

ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଏକ ରେଷ୍ଟୁରାଣ୍ଟକୁ ଯାଇଥିବା ବେଳେ ଚୌକି ଉପରେ ବସି ହରେ କୃଷ୍ଣ ହରେ ରାମ .. ଭଜନ ଗାଉଛନ୍ତି । କିଛି ସମୟ ପରେ ବାହାରୁ ଏକ ମାଙ୍କଡ ଆସି ଡାଇନିଙ୍ଗ ଟେବୁଲ ଉପରେ ବସି ତାଙ୍କ ଭଜନ ଶୁଣିଲା । ପରେ ତାଙ୍କ କୋଳରେ ବସି ଆଲିଙ୍ଗନ କରି ଭଜନ ତାଳେ ତାଳେ ନାଚି ଉଠିଲା । ଯାହା ଏବେ ସାମାଜିକ ଗଣମାଧ୍ୟମରେ ଭାରାଲ ହେବାରେ ଲାଗିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *