ପୁଣି ଦନ୍ତା ହାତୀର ମୃତ୍ୟୁ । ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଞ୍ଜ ଦମଣ ଭୂମି ଭଣ୍ଡାରୀ ଝର ନିକଟରେ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣା ପଡିଛି ।ସୂଚନା ଯୋଗ୍ୟ ବିଦ୍ୟୁତ ଈଘାତରେ ହାତୀର ମୃତ୍ୟୁ ହୋଇଥିବା କୁହାଯାଉଛି । କିନ୍ତୁ ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ।
ଗତ କିଛି ବର୍ଷ ହେଲା ଚନ୍ଦକା ଜଙ୍ଗଲ ଛାଡି ଟାଙ୍ଗୀ ରେଞ୍ଜ ରେ ଡେରା ପକାଇଛନ୍ତି ହାତୀ ପଲ । ପୂର୍ବରୁ ଏହି ହାତୀ ପଲରେ ହାତୀ ସଂଖ୍ୟା ୨୩ ଥିବା ବେଳେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୫ ରେ ସୀମିତ ରହିଛି । ହାତୀଙ୍କ ଗତି ଵିଧି ଉପରେ ନଜର ରଖିବା ସହ ଧନ୍ୟବାଦ ଜୀବନ କୁ ସୁରକ୍ଷା ଦେବା ପାଇ ଗଜ ସାଥି ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ପର୍ଯ୍ୟନ୍ତ ନିୟୋଜିତ ଅଛନ୍ତି । ଗତ ଜୁଲାଇ ମାସରେ ସମାନ ସ୍ଥାନରେ ବିଦ୍ୟୁତ ଆଘାତ ରେ ଗୋଟିଏ ହାତୀର ମୃତ୍ୟୁ ହୋଉଥିଲା. । ହେଲେ ବନ ବିଭାଗ ସଜାଗ ହେବା ପରିଵର୍ତ୍ତେ ସୌଖିନ ଗାଡ଼ିରେ ନାମକୁ. ମାତ୍ର ପାଟ୍ରୋଲିଙ୍ଗ କରିବା ଫଳରେ ଏଭଳି ହାତୀ ମୃତ୍ୟୁ ଘଟଣା ଦେଖିବାକୁ ମିଳୁଛି । ବନ ବିଭାଗ ନାହିଁ ହାତୀକୁ ସୁରକ୍ଷା ଦେବାରେ ସଫଳ ହେଉଛି ନାହିଁ ଧନ ଜୀବନ କୁ ସୁରକ୍ଷା ଦେଇ ପାରୁଛି ।ଏଠାରେ କାର୍ଯ୍ୟରତ ରେଞ୍ଜ ଅଫିସର ଙ୍କ ମନୋମାନୀ ସହ ଅଭିଜ୍ଞାତା ଅଭାବରୀ ହାତୀ ଵଂଶ ଟାଙ୍ଗୀ ରେଞ୍ଜ ରେ ନିପାତ ହୋଇଯିବ କିଏ କହିବ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now