ସମସ୍ତଙ୍କ ଆଧାରରେ ସମାନ ତଥ୍ୟ। ଆଶ୍ଚର୍ଯ୍ୟ ହେଲେ ବି ତାଜୁବ କଲା ଭଳି ଖବର ଆସିଛି ହିମାଚଳପ୍ରଦେଶ ରାଜଧାନୀ ସିମଲାରୁ। ଅନେକ ଭଡ଼ାଟିଆ ମୁସଲିମ୍ ଦୋକାନୀଙ୍କ ଆଧାର କାର୍ଡରେ ଜନ୍ମ ତାରିଖ, ଠିକଣା ସବୁ ସମାନ ରହିଛି। ନିକଟରେ ସେମାନେ ହିମାଚଳପ୍ରଦେଶ ଆସି ବିଭିନ୍ନ ବ୍ୟବସାୟ କରୁଥିଲେ। ଗୁମ୍ମା ବ୍ୟବସାୟ ମଣ୍ଡଳରେ କିଛି ଦୋକାନକୁ ଭଡ଼ା ଆକାରରେ ନେଇଥିଲେ କିଛି ମୁସଲମାନ୍। ବ୍ୟବସାୟୀ ସଂଘ ଯେତେବେଳେ ଦସ୍ତାବିଜ୍ ଯାଞ୍ଚ କଲା, ୮୮ରୁ ୪୬ ଜଣଙ୍କ ଜନ୍ମତିଥି ସମାନ ରହିଛି। ଏଭଳି ଆଧାର ଜାଲିଆତି ଖବର ପଦାକୁ ଆସିବା ପରେ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ଲାଗି ଦାବି କରିଛି ସଂଘ। ୧୫ ଦିନ ଭିତରେ ଦସ୍ତାବିଜ୍ ଜମା ନକଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ସଂଘ। ସଂଘର ପ୍ରତିନିଧି ଦଳ ଉପଯୁକ୍ତ ତଦନ୍ତ ଲାଗି ତହସିଲ ଓ ଥାନାରେ ଦାବି କରିଛି। ସିମଲାର ସଞ୍ଜୌଲି, ମଣ୍ଡି ଓ ବିଳାସପୁର ଜିଲ୍ଲାରେ ମସଜିଦର ଅବୈଧ ନିର୍ମାଣକ ନେଇ ହିନ୍ଦୁ ସଂଗଠନ ଆନ୍ଦୋଳନ ଜାରି ରଖିଛନ୍ତି। ଲୋକଙ୍କର ଅଭିଯୋଗ ଥିଲା ଯେ, ବହୁ ସଂଖ୍ୟାରେ ମୁସଲିମ୍ ଆସୁଛନ୍ତି। ଏମାନେ ଥାନାରେ ପଞ୍ଜୀକରଣ କରୁନାହାନ୍ତି କି ଅସଲି ଦସ୍ତାବିଜ୍ ଦେଉନାହାନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now