ଖାଇକୁ ଖସିଲା ସେନା ବସ୍ , ୪ ଯବାନ ସହୀଦ

ଜମ୍ମୁକାଶ୍ମୀରର ବଡଗାମରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଏସଏଫ ଯବାନଙ୍କୁ ନେଇ ଯାଉଥିବା ବସ୍ ବଡଗାମ ଜିଲ୍ଲାରେ ଦୁର୍ଘଟଣାର ଶିକାର ହୋଇଛି । ଖାଇରେ ବସ୍ ଓଲଟି ପଡ଼ିବାରୁ ୪ ଜଣ ଯବାନ ଜୀବନ ଯାଇଛି । ଏହା ସହ ୨୮ ଯବାନ ଆହତ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।ଆହତଙ୍କୁ ଏସଡିଏଚ୍ ଖାନ ସାହିବ ଏବଂ ବଡଗାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ହଠାତ ବସ୍ଟି ଖାଇକୁ ଖସିପଡ଼ିଥିଲା । ଏହି ଦୁର୍ଘଟଣାରେ ୪ ଜଣ ସୀମା ସୁରକ୍ଷା ବଳ (ବିଏସଏଫ)ର ଯବାନ ପ୍ରାଣ ହରାଇଛନ୍ତି । ଆହତ ଯବାନମାନେ ଚିକିତ୍ସାଧୀନ ଅଛନ୍ତି । ବସ୍ରେ ୩୫ ଜଣ ଯବାନ ଥିଲେ ବୋଲି କୁହାଯାଉଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ । ସୂଚନା ମିଳିବା ପରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ବସ୍ରୁ ଯବାନମାନଙ୍କୁ ଉଦ୍ଧାର କରିଥିଲା । ଏବେ ସୁଦ୍ଧା ଦୁର୍ଘଟଣାର ପ୍ରକୃତ କାରଣ ସଂପର୍କରେ ଜଣାପଡ଼ିନାହିଁ ।

ଦୁର୍ଘଟଣା ସଂପର୍କରେ ତଦନ୍ତ ଲାଗି ବିଏସଏଫ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନିକଟରେ ଜମ୍ମୁ ରିଜିୟନର ରାଜୌରୀରେ ସେନା ଯବାନଙ୍କ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା । ବୁଧବାର ମାଞ୍ଜାକୋଟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ବସ୍ ଚଳାଉଥିବା ଯବାନ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ବସଟି ୪୦୦ ଫୁଟ ଗଭୀର ଖାଇକୁ ଖସିପଡ଼ିଥିଲା । ଏଥିରେ ଥିବା ୬ କମାଣ୍ଡୋଙ୍କ ଜୀବନ ଆହତ ହୋଇଥିଲେ । ପରେ ଜଣେ ଲାନ୍ସନାୟକ ସହିଦ ହୋଇଯାଇଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *