ନଗାଧୋଇବାରୁ ଛାଡପତ୍ର


ଆଜିକାଲି ଛାଡପତ୍ର ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି । ଛାଡପତ୍ରର କାରଣ ମଧ୍ୟ ଭିନ୍ନ ଭିନ୍ନ । ସେଥିରୁ ଏମିତି କିଛି କାରଣ ମଧ୍ୟ ଆଶ୍ଚର୍ଯ୍ୟ କରିଦେବା ଭଳି ହୋଇଥାଏ । ଏମିତି ଆଶ୍ଚର୍ଯ୍ୟ କରିବା ଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଆଗ୍ରାରେ । ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଖରାପ ସ୍ୱଚ୍ଛତା ଅଭ୍ୟାସ ଦର୍ଶାଇ ବିବାହର ମାତ୍ର ୪୦ ଦିନ ପରେ ଛାଡ଼ପତ୍ର ମାଗିଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ, ସ୍ୱାମୀ ମାସକୁ ଥରେ କିମ୍ବା ଦୁଇଥର ଗାଧୋଉ ଥିଲେ, ଯାହା ଫଳରେ ତାଙ୍କ ଶରୀରରୁ ଅସହ୍ୟ ଦୁର୍ଗନ୍ଧ ବାହାରୁ ଥିଲା, ଯାହା ତାଙ୍କ ପାଇଁ ଅସହ୍ୟ ହୋଇ ପଡୁଥିଲା ।
ସ୍ନାନ ନ କରିବା ପାଇଁ ସେ ମହିଳାଙ୍କର ସ୍ୱାମୀ ସପ୍ତାହକୁ ଥରେ ନିଜ ଉପରେ ଗଙ୍ଗାଜଳ ସିଞ୍ଚନ କରୁଥିଲେ । ଏହାକୁ ନେଇ ଦମ୍ପତିଙ୍କ ମଧ୍ୟରେ ଲଗାତାର ଝଗଡ଼ା ଲାଗି ରହିଥିଲା । ସେହି ଭଦ୍ର ବ୍ୟକ୍ତି ନିୟମିତ ଭାବେ ଗାଧୋଉ ନଥିବା କଥାକୁ ସ୍ୱୀକାର କରିଥିଲେ ମଧ୍ୟ ତାଙ୍କୁ ବୁଝାସୁଝା କରିବା ପରେ ନିଜ ସ୍ୱଚ୍ଛତାରେ ଉନ୍ନତି ଆଣିବାକୁ ରାଜି ହୋଇଥିଲେ । ଅପରପକ୍ଷରେ ବିବାହ ଭାଙ୍ଗିବା ନିଷ୍ପତ୍ତିରେ ତାଙ୍କ ପତ୍ନୀ ଅଟଳ ରହିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *