ପ୍ରେମୀ ସାଜିଲା ସଇତାନ ; ପ୍ରେମିକାକୁ ୩୫ ଖଣ୍ଡ କରି ହାଣିଲା ପ୍ରେମିକ

ବେଙ୍ଗାଲୁରୁରେ ବୀଭତ୍ସ ହତ୍ୟା। ମହିଳାଙ୍କ ଶରୀରକୁ ୩୫ ଖଣ୍ଡ କରି ହାଣିଲା ଯୁବକ। ପ୍ରେମୀ ହୋଇ ସୈତାନ ସାଜିଲା। ଫ୍ରିଜରେ ଶବ ରଖି ଫେରାର୍ ହୋଇଯାଇଥିଲା ଅଭିଯୁକ୍ତ। କର୍ଣ୍ଣାଟକର ଭୟାଲିକାଭାଲରୁ ଆସିଛି ଏଭଳି ଲୋମହର୍ଷଣକାରୀ ଘଟଣା। ମୃତକଙ୍କ ନାଁ ମହାଲକ୍ଷ୍ମୀ। ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିବା ହତ୍ୟାକାରୀ ହେଲା ତାଙ୍କ ପ୍ରେମିକ ମହମ୍ମଦ ଅସରଫ। ମହାଲକ୍ଷ୍ମୀ ବିବାହିତ। ୬ ବର୍ଷ ତଳେ ହେମନ୍ତ ଦାସଙ୍କୁ ବିବାହ କରିଥିଲେ ମହାଲକ୍ଷ୍ମୀ। ନିଜର ମୋବାଇଲ ଦୋକାନରୁ ଆସୁଥିବା ରୋଜଗାରରେ ବେଶ୍ ହସଖୁସିରେ କଟୁଥିଲା ଦାମ୍ପତ୍ୟ ଜୀବନ। କିନ୍ତୁ ଏମାନଙ୍କ ହସଖୁସି ସଂସାରରେ ଏଣ୍ଟ୍ରି କରିଥିଲା ଅସରଫ। ଅସରଫ ପାଖରେ ଏକ ସେଲୁନରେ କାମ କରୁଥିଲା। ଧୀରେ ଧୀରେ ମହାଲକ୍ଷ୍ମୀଙ୍କ ନିକଟତର ହେବାକୁ ଲାଗିଥିଲା ଅସରଫ। ଆଉ ଉଭୟଙ୍କ ଭିତରେ ଅବୈଧ ସମ୍ପର୍କ ବଢ଼ିଥିଲା। ପ୍ରାୟ ୨ ବର୍ଷ ପୂର୍ବେ ଏହାର ସୁରାକ୍ ବି ପାଇଥିଲେ ମହାଲକ୍ଷ୍ମୀଙ୍କ ସ୍ୱାମୀ ହେମନ୍ତ। ନିଜ ପତ୍ନୀଙ୍କୁ ତାଗିଦ୍ କରିବା ସହ ଏଭଳି ସମ୍ପର୍କରୁ ନିବୃତ୍ତ ରହିବାକୁ ବହୁତ ବୁଝାଇଥିଲେ ହେମନ୍ତ। କିନ୍ତୁ କୌଣସି ଫାଏଦା ହେଲାନି। ଆଉ ଏଥିରେ ଅତିଷ୍ଠ ହୋଇ ଅସରଫଙ୍କ ବିରୁଦ୍ଧରେ ହେମନ୍ତ ଥାନାରେ ଏତଲା ଦେଇଥିଲେ। କିନ୍ତୁ ଯେତେବେଳେ ଉଭୟ ସାବାଳକ। ସହମତିରେ ସମ୍ପର୍କ ଥିଲା। ପୁଲିସ ବି କିଛି କରିବାର ବାଟ ନଥିଲା। କେବଳ ଉଭୟଙ୍କୁ ଡାକି ବୈବାହିକ ସମ୍ପର୍କକୁ କାହିଁକି ତୁଛାରେ କଳଙ୍କିତ କରିବାକୁ ଚାହୁଁଛ କହି ବୁଝାଇଥିଲା। କଥାରେ ଅଛି ପ୍ରେମ ବାଡ଼ବତା ମାନେନା। ମହାଲକ୍ଷ୍ମୀ ୯ ମାସ ତଳେ ନିଜର ସ୍ୱାମୀ ଓ ଛୋଟ ଝିଅଟିକୁ ଛାଡ଼ି ମହମ୍ମହ ଅସରଫଙ୍କ ସହ ଫେରାର୍ ହୋଇଯାଇଥିଲେ। ଅସରଫଙ୍କ ଭଡ଼ା ଘରେ ଏକାଠି ରହିବାକୁ ଲାଗିଲେ। ଏହି ସମ୍ପର୍କ ଲାଗି ନିଜ ମା ଓ ଭଉଣୀଙ୍କ ସହ ବି ସମ୍ପର୍କ କାଟିଦେଲେ ମହାଲକ୍ଷ୍ମୀ। ୩ ମାସ ଧରି ଭଡ଼ା ଘରେ ଏକାଠି ରହିବା ସହ ମଲରେ କାମ କରୁଥିଲେ ମହାଲକ୍ଷ୍ମୀ। ହତ୍ୟା କରିବା ପରେ ଦୁର୍ଗନ୍ଧରୁ କାଳେ ଜଣାପଡ଼ିବ, ସେଥିଲାଗି କେମିକାଲ ସ୍ପ୍ରେ କରିଥିଲା ଅଭିଯୁକ୍ତ। ଫ୍ଲାଟରୁ ଦୁର୍ଗନ୍ଧ ଆସିବା ପରେ ପଡ଼ୋଶୀ ମହାଲକ୍ଷ୍ମୀଙ୍କ ମାଆ ମୀନା ରାଣେଙ୍କୁ ଜଣାଇଥିଲେ। ଘରେ ପହଞ୍ଚି ଦେଖିଲେ ଯେ, ସବୁ ସାମାନ ବିକ୍ଷିପ୍ତ ପଡ଼ିଛି। ରୋଷେଇ ଘରେ ପୋକ ସାଲୁବାଲୁ ହେଉଥିଲା। ଚାରିଆଡ଼େ ରକ୍ତର ଛିଟା ଲାଗିଥିଲା। ଯେତେବେଳେ ଫ୍ରିଜ୍ ଖୋଲି ଦେଖିଲେ ତ ସେଥିରେ ଶବ ଖଣ୍ଡ ଖଣ୍ଡ କରି ରଖାଯାଇଥିଲା। ତୁରନ୍ତ ପୁଲିସକୁ ଖବର ଦିଆଯାଇଥିଲା।କୋଠରୀରୁ ମହାଲକ୍ଷ୍ମୀଙ୍କ ଫୋନ୍ ଜବତ କରିଛି ପୁଲିସ। ଯାହାକୁ ସେପ୍ଟେମ୍ୱର ୨ରୁ ବନ୍ଦ ଥିଲା।

ନିଜ ଝିଅକୁ ଭେଟିବାକୁ ପ୍ରତି ମାସରେ ହେମନ୍ତଙ୍କ ମୋବାଇଲ ଦୋକାନକୁ ଯାଉଥିଲେ ମହାଲକ୍ଷ୍ମୀ। କିନ୍ତୁ ୨୫ ଦିନ ହେଲା ମହାଲକ୍ଷ୍ମୀଙ୍କ ଖୋଜଖବର ନଥିଲା। କର୍ଣ୍ଣାଟକ ଗୃହମନ୍ତ୍ରୀ ଜି.ପରମେଶ୍ୱର କହିଛନ୍ତି, ପୁଲିସ ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ଖୋଜୁଛି। ଅଭିଯୁକ୍ତ ପଶ୍ଚିମବଙ୍ଗରେ ଲୁଚିଛି। ଜଲଦି ଅସରଫକୁ ଗିରଫ କରାଯିବ। ରାଷ୍ଟ୍ରୀୟ ମହିଳା ଆୟୋଗ ବି ବେଙ୍ଗାଲୁରୁ ପୁଲିସ କୁ ମାମଲାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦେଶ ଦେଇଛନ୍ତି। ୩ ଦିନ ଭିତରେ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି ଏନସିଡବ୍ଲୁ। ସେପ୍ଟେମ୍ୱର ୨୧ରେ ଏଭଳି ହତ୍ୟାକାଣ୍ଡ ହୋଇଛି।

୯ ମାସ ଧରି ସ୍ୱାମୀଙ୍କଠୁ ଅଲଗା ହୋଇ ପ୍ରେମିକ ଅସରଫଙ୍କ ସହ ରହୁଥିଲେ ମହାଲକ୍ଷ୍ମୀ। ସବୁତକ ସନ୍ଦେହ ଅସରଫ ଉପରେ କେନ୍ଦ୍ରୀଭୂତ ରହିଛି। ଅସରଫ ଧରାପଡ଼ିବା ପରେ ମର୍ଡର ପଛର ପ୍ରକୃତ କାରଣ ସାମ୍ନାକୁ ଆସିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *