ର.ଜି କର ମେଡିକାଲ ଏବଂ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ପୁଣି ଏପରି ଛାତିଥରା ଘଟଣା କୋଲକାତାରେ ଦେଖିବାକୁ ମିଳିଛି। ଜଣେ ଆଇଏଏସ ଅଧିକାରୀଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ପୁଲିସ କୋହଳ ଦଫା ଲଗାଇବାରୁ ଅଭିଯୁକ୍ତଙ୍କୁ ତୁରନ୍ତ ଜାମିନ ମିଳିଯାଇଛି, ଯାହାକୁ ନେଇ ପୁଲିସକୁ କଡ଼ା ସମାଲୋଚନା କରିଛନ୍ତି କୋଲକାତା ହାଇକୋର୍ଟ। ଅଭିଯୁକ୍ତଙ୍କୁ ତଳକୋର୍ଟରୁ ମିଳିଥିବା ଜାମିନକୁ ପ୍ରତ୍ୟାହାର କରିବା ସହିତ ପୁନର୍ବାର ତଦନ୍ତ କରିବାକୁ ପୁଲିସକୁ ନିର୍ଦେଶ ଦେଇଛନ୍ତି।କୋର୍ଟର ଏହି ନିର୍ଦ୍ଦେଶ ପରେ ବିରୋଧୀମାନେ ପୁଣି ଥରେ ରାଜ୍ୟ ସରକାରଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଭାଜପା ଦାବି କରିଛି ଯେ ଆରଜି କର ମାମଲା ପରି ଏହି ମାମଲାରେ ମଧ୍ୟ ପ୍ରମାଣକୁ ଦମନ କରିବାକୁ ଚେଷ୍ଟା କରାଯାଉଛି।ଏହି ଘଟଣା ଜୁଲାଇ ୧୪ ଏବଂ ୧୫ ରାତିରେ ଘଟିଥିଲା। ରାତି ୧୧.୩୦ ରେ ଅଭିଯୁକ୍ତ ପୀଡିତାଙ୍କ ଘରେ ପ୍ରବେଶ କରି ବନ୍ଧୁକ ମୁନରେ ପୀଡିତାଙ୍କୁ ବଳାତ୍କାର କରିଥିଲେ। ଘଟଣାର ଦ୍ୱିତୀୟ ଦିନରେ ପୀଡିତା ଜଣକ କୋଲକାତାର ହ୍ରଦ ପୋଲିସ ଷ୍ଟେସନରେ ଏକ ରିପୋର୍ଟ ଦାଖଲ କରିଥିଲେ, କିନ୍ତୁ ଏଫଆଇଆର ରୁଜୁ କରିବା ପାଇଁ ତାଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା। ତେବେ ଏହି ଅଭିଯୋଗଫର୍ଦ୍ଦକୁ ଜାଲିଆତି କରାଯାଇଥିଲା। ଦୁଷ୍କର୍ମ ଅଭିଯୋଗ ସତ୍ବେ ଦଫା କୋହଳ କରାଯାଇଥିଲା। ତେଣୁ ହାଇକୋର୍ଟ ଅଭିଯୁକ୍ତଙ୍କ ଜାମିନକୁ ଖାରଜ କରିଦେଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now