ନେପାଳରେ ଭୟଙ୍କର ଭୁସ୍ଖଳନ ;୧୧୨ ଜଣ ମୃତ ,୬୦ରୁ ଅଧିକ ଆହତ

ନେପାଳରେ ଲଗାତାର ବର୍ଷା ହେତୁ ବନ୍ୟା ଓ ଭୂସ୍ଖଳନରେ ଅତି କମରେ ୧୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି। ଗୁରୁବାର ଠାରୁ ନେପାଳର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଆସୁଛି, ଏହି କାରଣରୁ ଅଧିକାରୀମାନେ ଫ୍ଲାସ୍ ବନ୍ୟା ପରିସ୍ଥିତି ସମ୍ପର୍କରେ ଚେତାବନୀ ଦେଇଛନ୍ତି । ନେପାଳ ପୋଲିସର ଡେପୁଟି ମୁଖପାତ୍ର ବିଶ୍ୱ ଆଦିକାରୀ କହିଛନ୍ତି ଯେ ଲଗାତାର ବର୍ଷା ହେତୁ ନେପାଳରେ ଏପର୍ଯ୍ୟନ୍ତ ୧୧୨ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ କାଠମାଣ୍ଡୁ ଉପତ୍ୟକାରେ ୩୪ ଜଣଙ୍କର ମୃତ୍ୟୁ ହୋଇଛି ।ସେ କହିଛନ୍ତି ଯେ ବନ୍ୟାରେ ୬୦ ଜଣ ମଧ୍ୟ ଆହତ ହୋଇଛନ୍ତି। ଦଶହଜାର ଲୋକ ନିଖୋଜ ଥିବାବେଳେ କାଠମାଣ୍ଡୁ ଉପତ୍ୟକାରେ ୧୬ ଜଣ ନିଖୋଜ ଅଛନ୍ତି।

ସେ କହିଛନ୍ତି ଯେ ସମଗ୍ର ଦେଶରେ ମୋଟ ୭୯ ଜଣ ନିଖୋଜ ଅଛନ୍ତି, ସେଥିମଧ୍ୟରୁ ୧୬ ଜଣ କାଠମାଣ୍ଡୁ ଉପତ୍ୟକାରେ ନିଖୋଜ ଅଛନ୍ତି;। ସେ କହିଛନ୍ତି ଯେ ତିନି ହଜାରରୁ ଅଧିକ ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ଏହି ଅଧିକାରୀ କହିଛନ୍ତି ଯେ ଦେଶର ୬୩ ଟି ସ୍ଥାନରେ ମୁଖ୍ୟ ରାଜପଥ ଅଟକି ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *