ଲେବାନନର ଆକ୍ରମଣରେ ଇସ୍ରାଏଲର କମାଣ୍ଡର ସମେତ ୮ ସୈନିକ ମୃତ

ଇସ୍ରାଏଲ ଏବଂ ହିଜବୁଲ୍ଲା ସଂଘର୍ଷ ମଧ୍ୟରେ ଲେବାନନରେ ଆକ୍ରମଣ କରିଛି । ଏହି ଆକ୍ରମଣରରେ ଇସ୍ରାଏଲର କମାଣ୍ଡର ସମେତ ୮ ସୈନିକଙ୍କ ମୃତ୍ୟୁ ହୋଇଛି । ବୁଧବାର ଏନେଇ ଇସ୍ରାଏଲ ସେନା ସୂଚନା ଦେଇଛି । ଲେବାନନରେ ପଶି ଅପରେସନ୍ କରୁଥିବା ଇସ୍ରାଏଲ ସୈନିକଙ୍କ ଏହା ପ୍ରଥମ ମୃତ୍ୟୁ । ନ୍ୟୁଜ ଏଜେନ୍ସି ରୟଟର୍ସ ଏବଂ ସ୍କାଇ ନ୍ୟୁଜ୍ର ରିପୋର୍ଟ ଅନୁସାରେ, ମୃତ କମାଣ୍ଡର ହେଉଛନ୍ତି ୨୨ ବର୍ଷୀୟ ଏତନ ଇତଜାକ୍ ଓଷ୍ଟର ।ଅନ୍ୟ ଏକ ନ୍ୟୁଜ ଏଜେନ୍ସି ଅନୁସାରେ, ଦକ୍ଷିଣ ଲେବାନନ୍ରେ ହୋଇଥିବା ସଂଘର୍ଷରେ ୮ ଜଣ ଇସ୍ରାଏଲୀ ସୈନିକଙ୍କ ମୃତ୍ୟୁ ହୋଇଛି । ସେପଟେ ହିଜବୁଲ୍ଲା ଏବଂ ଇରାନ ବିରୋଧରେ ନିଜର ଅଭିଯାନକୁ ନେଇ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦେଶରେ ନବବର୍ଷ ପାଳନ ଅବସରରେ ବଡ଼ ଦାବି କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ପୋଷ୍ଟ କରି କହିଛନ୍ତି, ‘ଏହା ସଂପୂର୍ଣ୍ଣ ବିଜୟର ବର୍ଷ ହେବ ।’

ଅନ୍ୟପଟେ, ଇସ୍ରାଏଲ ଉପରେ ଇରାନ୍ର ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛି ଆମେରିକା । ଆଗକୁ ଇସ୍ରାଏଲ ଉପରେ ଆକ୍ରମଣ ନକରିବାକୁ ଇରାନକୁ ଚେତବାନୀ ଦେବା ସହ ଏହାର ପ୍ରକ୍ସି ଆତଙ୍କବାଦୀ ସଂଗଠନକୁ ରୋକିବାକୁ ନିର୍ଦ୍ଦେଶ ଦେଇଛି ଆମେରିକା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *