ସକାଳୁ ପିଲା ସ୍କୁଲ ଯାଇପାରିବେ ତ ଆମେ କାହିଁ ନୁହଁ: ସିଜେଆଇ

ଯଦି ପିଲାମାନେ ସକାଳ ୭ଟାରେ ସ୍କୁଲ ଯାଇପାରୁଛନ୍ତି, ତେବେ ବିଚାରପତି ଏବଂ ଆଇନଜୀବୀମାନେ ସକାଳ ୯ଟାରୁ କାହିଁକି   କୋର୍ଟ ଆରମ୍ଭ କରିପାରିବେ ନାହିଁ? ସୁପ୍ରିମ କୋର୍ଟର ବିଚାରପତି ତଥା ଅଗଷ୍ଟରେ ଭାରତର ମୁଖ୍ୟ ବିଚାରପତି ପଦକୁ ଉନ୍ନିତ ହେବାକୁ ଥିବା ଜଷ୍ଟିସ ଉଦୟ ଉମେଶ ଲଲିତ ଶୁକ୍ରବାର ସକାଳ ୯.୩୦ ସମୟରେ କୋର୍ଟରେ ଶୁଣାଣି କାଳରେ କହିଛନ୍ତି। ଜଷ୍ଟିସ୍‌ ଲଲିତ କୋର୍ଟର ସାମାନ୍ୟ ସମୟର ଏକ ଘଣ୍ଟା ପୂର୍ବରୁ ମାମଲାର ଶୁଣାଣି କରିଥିଲେ।

ସୁପ୍ରିମକୋର୍ଟଙ୍କ ବେଞ୍ଚ ସପ୍ତାହର ୫ ଦିନ ସକାଳ ସାଢେ ୧୦ରୁ  ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶୁଣାଣି କରିଥାନ୍ତି। ଏହି ସମୟ ମଧ୍ୟରେ ୧ ଟାରୁ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ବିରତି ହୋଇଥାଏ। କିନ୍ତୁ ଜଷ୍ଟିସ ଲଲିତ, ଜଷ୍ଟିସ ଏସ ରବିନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କ ବେଞ୍ଚ ଶୁକ୍ରବାର ଦିନ ୯.୩୦ରେ ମାମଲାର ଶୁଣାଣି ଆରମ୍ଭ କରିଛନ୍ତି।

ଏହି ମାମଲାରେ ହାଜର ହୋଇଥିବା ବରିଷ୍ଠ ଓକିଲ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ବେଞ୍ଚର ଶୀଘ୍ର ଶୁଣାଣି ଆରମ୍ଭ ହୋଇଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ୯.୩୦ରୁ କୋର୍ଟ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅଧିକ ଉପଯୁକ୍ତ ସମୟ ହୋଇଥାଏ। ଏହା ପରେ ଜଷ୍ଟିସ ଲଲିତ ଉତ୍ତର ଦେଇଥିଲେ ଯେ, ସେ ସର୍ବଦା ବିଶ୍ୱାସ କରିଥାନ୍ତି କି କୋର୍ଟ ଜଲଦି ବସିବା ଉଚିତ୍। ଆମେ ସମାଳ ୯ଟାରେ ବସିବା ଠିକ ହେବ ।  

ସେ କହିଛନ୍ତି ଯେ, ଯଦି ଆମ ପିଲାମାନେ ସକାଳ ୭ଟାରେ ସ୍କୁଲ ଯାଇପାରୁଛନ୍ତି ତେବେ ଆମେ ୯ଟାରେ କଣ ପାଇଁ କୋର୍ଟ ଆସିପାରିବା ନାହିଁ? ଜଷ୍ଟିସ ଲଲିତ ପରାମର୍ଶ ଦେଇଛନ୍ତି ଯେ ଯେତେବେଳେ ଦୀର୍ଘ ଶୁଣାଣିର ଆବଶ୍ୟକତା ନଥିଲା, ସେତେବେଳେ ସୁପ୍ରିମକୋର୍ଟଙ୍କ ବେଞ୍ଚ ସକାଳ ୯ଟାରୁ ଆରମ୍ଭ ହୋଇ ସକାଳ ୧୧.୩୦ ରେ ଅଧ ଘଣ୍ଟା ବିରତି  ପରେ ପୁଣି ମଧ୍ୟାହ୍ନ ୧୨ଟାରୁ ଆରମ୍ଭ କରି ଅପରାହ୍ନ ୨ଟା ସୁଦ୍ଧା ଶେଷ କରବା। ଏହାପରେ ଆପଣଙ୍କୁ ସନ୍ଧ୍ୟାରେ ଅଧିକ କାମ କରିବା ପାଇଁ ସମୟ ମିଳିଯିବ। 

ସୂଚନା ଅନୁଯାୟୀ, ଅଗଷ୍ଟରେ ଜଷ୍ଟିସ ଲଲିତ ଭାରତର ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ଜଷ୍ଟିସ ଲଲିତ ଅଗଷ୍ଟ ୨୭ରେ CJI ଏନଭି ରମଣରୁ ଦାୟୀତ୍ୱ ଗ୍ରହଣ କରିବେ। ତେବେ ତାଙ୍କର କାର୍ଯ୍ୟକାଳ ଅଧିକ ଦିନ ଧରି ନୁହେଁ ଏବଂ ସେ ନଭେମ୍ୱର ୮ ପର୍ଯ୍ୟନ୍ତ ଏହି ପଦରେ ରହିବେ।

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *