ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି ; ଖାଦ୍ୟ ଯୋଗାଣ ମନ୍ତ୍ରୀ

ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି । ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଅଯଥା ଭୟବିତ ନହେବା ପାଇଁ ରାଜ୍ୟବାସୀଙ୍କୁ ଅପିଲ କଲେ ଯୋଗାଣ ମନ୍ତ୍ରୀ । ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମହଜୁଦକାରୀଙ୍କୁ ହୋଡିଂ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାର ମୁକାବିଲା କରିବା ପାଇଁ ସମସ୍ତଙ୍କ ସହଯୋଗ ଦରକାର । ଯଦି କେହି ଏହି ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରିବେ କି ଲୋକଙ୍କୁ ହଇରାଣ କରିବେ ।  ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । କାଲି ଚଢ଼ାଉ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ବି କିଛି ଜାଗାରେ ଚଢ଼ାଉ ହୋଇଛି । ଏହି ପରିସ୍ଥିତିର ଅନାବଶ୍ୟକ ଫାଇଦା ଉଠାଇବାକୁ କାହାକୁ ସୁଯୋଗ ଦିଆଯିବ ନାହିଁ ।ଅଯଥା ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ସେ ନିବେଦନ କରିଛନ୍ତି।

ଏଣେ ଅପରାହ୍ନ ୪ଟା ବେଳେ ବ୍ୟବସାୟୀମାନଙ୍କ ସହ ବୈଠକ କରିବେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସରକାରଙ୍କୁ ସହଯୋଗ କରିବାକୁ ସେମାନଙ୍କୁ ନିବେଦନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *